ମଝି ଆକାଶରେ ଘଟିଲା ବଡ଼ ଅଘଟଣ

ରାଞ୍ଚିରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ, ୦୨/୦୬: କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନକୁ ମଝି ଆକାଶରେ ଧକ୍କା ଦେଇଛି ଏକ ପକ୍ଷୀ। ଯାହା ଫଳରେ ବିମାନର ଅଗ୍ର ଭାଗରେ କ୍ଷତି ହୋଇଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଞ୍ଚିରେ ଜରୁରୀ କାଳୀନ ଅବତରଣ କରିଛି ଇଣ୍ଡିଗୋର ବିମାନ। ୧୭୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାରବସ୍ ୩୨୦କୁ ୪୦୦୦ ଫୁଟ ଉପରେ ଧକ୍କା ଦେଇଥିଲା ଏକ ପକ୍ଷୀ। ଯାହା ଫଳରେ କୌଣସି ଦୁର୍ଘଟଣାକୁ ଏଡାଇବା ପାଇଁ ଇଣ୍ଡିଗୋ ବିମାନଟି ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରେ ଜରୁରୀ କାଳୀନ ଅବତରଣ କରିଥିଲା। ବିମାନରେ କ୍ଷୟକ୍ଷତି ହୋଇଥିବା ବେଳେ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି।