ସାଇକେଲରେ ବିଶ୍ୱ ପରିକ୍ରମା କରିଥିଲେ ଏହି ବ୍ୟକ୍ତି

ତାଙ୍କ ସ୍ମୃତିରେ ଆଜି ପାଳନ ହେଉଛି 'ବିଶ୍ୱ ସାଇକେଲ ଦିବସ'

ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୦୩ ଜୁନ ୨୦୨୫

ବିଶ୍ୱ ସାଇକେଲ ଦିବସ:- ‘ବିଶ୍ୱ ସାଇକେଲ ଦିବସ’ ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ। ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ନିଷ୍ପତି ନିଆଯାଇଥିଲା। ୧୮୯୪ ମସିହା ଜୁନ ମାସ ୩ରେ ଫରାସୀ ସାଇକେଲ୍‌ ଚଢ଼ାଳି ଜେ. ବି. ଗୋଡିନଙ୍କ ନେତୃତ୍ବରେ ଏକ ଦଳ ସାଇକେଲ ଚଢ଼ି ବିଶ୍ବ ପରିକ୍ରମାରେ ବାହାରିଥିଲେ। ତାଙ୍କରି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏହି ଜୁନ ମାସ ୩କୁ ବିଶ୍ୱ ସାଇକେଲ ଦିବସ‌ ଭାବରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ବାଳକୃଷ୍ଣ ଭଟ୍ଟ (୩ ଜୁନ ୧୮୪୪ – ୨୦ ଜୁଲାଇ ୧୯୧୪), ଜଣେ ସଫଳ ନାଟ୍ୟକାର, ସାମ୍ବାଦିକ, ଉପନ୍ୟାସକାର, ପ୍ରବନ୍ଧକାର ଏବଂ ଆଧୁନିକ ହିନ୍ଦୀ ସାହିତ୍ୟର ଅନ୍ୟତମ ଶୀର୍ଷ ସ୍ରଷ୍ଟା।

୨. ଜି ଶଙ୍କର କୁରୁପ (୩ ଜୁନ ୧୯୦୧ – ୨ ଫେବୃଆରୀ ୧୯୭୮), ଜଣେ ଭାରତୀୟ କବି, ପ୍ରବନ୍ଧକାର ଏବଂ ମାଲାୟାଲମ ସାହିତ୍ୟ ସମାଲୋଚକ। ସେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ। ସେ ୧୯୬୮ରୁ ୧୯୭୨ ପର୍ଯ୍ୟନ୍ତ ରାଜ୍ୟସଭାର ମନୋନୀତ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ପଦ୍ମଭୂଷଣ ପାଇଥିଲେ। ସେ ସାହିତ୍ୟ ଏକାଡେମୀ ପୁରସ୍କାର, କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର ମଧ୍ୟ ପାଇଥିଲେ।

୩. ମୁଥୁଭେଲ କରୁଣାନିଧି (୩ ଜୁନ ୧୯୨୪ – ୭ ଅଗଷ୍ଟ ୨୦୧୮), ଜଣେ ଭାରତୀୟ ଲେଖକ ଏବଂ ରାଜନେତା। ସେ ୧୯୬୯ରୁ ୨୦୧୧ ମଧ୍ୟରେ ପାଞ୍ଚ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ପାଖାପାଖି ଦୁଇ ଦଶନ୍ଧି କାର୍ଯ୍ୟ କରିଥିଲେ। ସେ ଦ୍ରାବିଡ଼ ମୁନେତ୍ର କଜଗମ ରାଜନୈତିକ ଦଳର ଦଶ ଥର ସଭାପତି ମଧ୍ୟ ଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. କୃଷ୍ଣବଲ୍ଲଭ ସହାୟ (୩୧ ଡିସେମ୍ବର ୧୮୬୬ – ୩ ଜୁନ ୧୯୭୪), ଭାରତର ଜଣେ ବିପ୍ଳବୀ, ପ୍ରଥମେ ବିହାରର ରାଜସ୍ୱ ମନ୍ତ୍ରୀ ଥିଲେ ଏବଂ ପରେ ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସ ସହିତ ଜଡିତ ଥିଲେ। ୨ ଅକ୍ଟୋବର ୧୯୬୩ରୁ ୫ ମାର୍ଚ୍ଚ ୧୯୬୭ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ।

୨. ଭଜନ ଲାଲ (୬ ଅକ୍ଟୋବର ୧୯୩୦ – ୩ ଜୁନ ୨୦୧୧), ଜଣେ ରାଜନେତା ଏବଂ ହରିୟାଣାର ତିନି ଥର ମୁଖ୍ୟମନ୍ତ୍ରୀ ଥିଲେ। ସେ କେନ୍ଦ୍ର କୃଷି ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୧୮ – ଗାନ୍ଧିଜୀଙ୍କ ଅଧ୍ୟକ୍ଷତାରେ ଇନ୍ଦୋରରେ ‘ହିନ୍ଦୀ ସାହିତ୍ୟ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ପାରିତ ଏକ ସଂକଳ୍ପ ଦ୍ୱାରା ହିନ୍ଦୀକୁ ସରକାରୀ ଭାଷା ଭାବରେ ଗ୍ରହଣ କରାଯାଇଥିଲା।

୧୯୪୩ – ମିଳିତ ଜାତିସଂଘର ରିଲିଫ ଓ ଥଇଥାନ ପ୍ରଶାସନ ପ୍ରତିଷ୍ଠା ହୋଇଥିଲା।

୧୯୫୯ – ଏହି ଦିନ ସିଙ୍ଗାପୁରକୁ ସ୍ୱୟଂଶାସିତ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା।

୧୯୬୨ – ଏୟାର ଫ୍ରାନ୍ସର ଏକ ଘରୋଇ ବିମାନ ବୋଇଂ ୭୦୭ ପ୍ୟାରିସର ଓର୍ଲି ବିମାନବନ୍ଦରରେ ଉଡ଼ାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

୨୦୦୮ – ତେଲେଙ୍ଗାନା ରାଷ୍ଟ୍ର ସମିତି ସଭାପତି କେ ଚନ୍ଦ୍ରଶେଖର ରାଓ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଜ ଆସନରୁ ଇସ୍ତଫା ଦେଇଥିଲେ।