କୋଚିରେ ନିଖୋଜ ବିଦେଶୀ ନୌସେନା ଅଧିକାରୀ

ଭାରତୀୟ କ୍ୟାଡେଟଙ୍କ ସହ ପ୍ରଶିକ୍ଷଣ ନେଉଥିଲେ

ନାଗରିକତା ଅସ୍ପଷ୍ଟ, ସର୍ଚ୍ଚ ଅପରେସନ ଜାରି

କୋଚି, ୦୩/୦୫: କେରଳର କୋଚିର ଜଣେ ବିଦେଶୀ ନୌସେନା ଅଧିକାରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ନିଖୋଜ ଅଧିକାରୀ ଜଣକ ଏଜିମାଲାର ଭାରତୀୟ ନୌସେନା ଏକାଡେମୀରେ ପ୍ରଶିକ୍ଷଣ ପାଇଁ କେରଳରେ ଥିଲେ।

ଜଣେ ପ୍ରତିରକ୍ଷା ଲୋକ ସମ୍ପର୍କ ଅଧିକାରୀ (ପିଆରଓ) କହିଛନ୍ତି ଯେ ନିଖୋଜ ନୌସେନା ଅଧିକାରୀଙ୍କ ନାଗରିକତା ଜଣା ପଡିନାହିଁ। ଜଣେ ଆନ୍ତର୍ଜାତୀୟ ପ୍ରଶୀକ୍ଷଣର୍ଥୀ ଦୁର୍ଭାଗ୍ୟବଶତଃ ଏର୍ଣ୍ଣାକୁଲମ୍ ଚ୍ୟାନେଲରେ ହଠାତ୍ ଖସି ପଡ଼ିଥିବା ସୂଚନା ମିଳିଥିଲା। ନୌସେନା ପକ୍ଷରୁ ତାଙ୍କୁ ଖୋଜାଖୋଜି ଆରମ୍ଭ ଚାଲିଛି। ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ୍ ଏବଂ ଭାରତୀୟ ନୌସେନା ତୁରନ୍ତ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ନୌସେନା ଅଧିକାରୀମାନେ ନିୟମିତ ଭାବରେ ଆଇଏନଏ ଏଜିମାଲାରେ ପ୍ରଶିକ୍ଷଣ ପାଇଁ ନିୟମିତ ଆସନ୍ତି। ଅନ୍ତର୍ଜାତୀୟ କ୍ୟାଡେଟମାନଙ୍କୁ ଭାରତୀୟ କ୍ୟାଡେଟଙ୍କ ସହ ଆଇଏନଏର ନିୟମିତ ପ୍ରଶିକ୍ଷଣ ଦିଆଯାଏ।