ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହରେ ଛଟପଟ ଜନଜୀବନ
ତାତି ଯେମିତି ଗୁଳୁଗୁଳି ବି ସେମିତି
ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ
ଭୁବନେଶ୍ୱର, ୦୩/୦୬: ଆଜି ସାରା ରାଜ୍ୟରେ ପ୍ରବଳ ଖରାକୁ ଗୁଳୁଗୁଳି ଅନୁଭୂତ ହେଉଛି। ପୂର୍ବାହ୍ନ ସାଢ଼େ ୧୧ଟାରେ ଓଡ଼ିଶାର ବିଭିନ୍ନ ସହରରେ ତାପମାତ୍ରା ରେକର୍ଡ କରାଯାଇଛି। ପୂର୍ବାହ୍ନ ସାଢ଼େ ୧୧ଟାରେ ବାଲେଶ୍ୱର ୩୮.୪ ଡିଗ୍ରୀ, ସମ୍ବଲପୁର ୩୭.୨ ଡିଗ୍ରୀ, ଭୁବନେଶ୍ୱର ୩୬.୬ ଡିଗ୍ରୀ, ଝାରସୁଗୁଡ଼ା ୩୬.୪ ଡିଗ୍ରୀ, ପୁରୀ ୩୬.୪ ଡିଗ୍ରୀ ଏବଂ ପାରାଦୀପ ୩୪.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେଉନାହିଁ। ଯାହାଫଳରେ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳକୁ ଏଯାଏଁ ମୌସୁମୀ ଛୁଇଁ ବି ପାରିନାହିଁ। ଏହିଭଳି ପାଗ ଆଗାମୀ ୭ ଦିନ ଯାଏଁ ରହିବ। ଯାହା ଫଳରେ ଆଗାମୀ ଦିନରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ଆଲର୍ଟ ଜାରି କରାଯାଇଛି।