ଅନାଥ ଶିଶୁଙ୍କୁ ମିଳିବ ମୌଳିକ ଆବଶ୍ୟକତା ଓ ଅଧିକାର

ଅନାଥ ଓ ଏକକ ପିତାମାତା ଥିବା ଶିଶୁଙ୍କ ସର୍ଭେ କରିବେ ରାଜ୍ୟ ସରକାର

ଭୁବନେଶ୍ୱର, ୦୩/୦୬: ରାଜ୍ୟରେ ଅନାଥ ଶିଶୁଙ୍କ ସର୍ଭେ କରିବେ ରାଜ୍ୟ ସରକାର। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ଅଙ୍ଗନୱାଡ଼ି କର୍ମୀଙ୍କ ଜରିଆରେ ସମ୍ପୃକ୍ତ ଜିଲ୍ଲାର ଅନାଥ ଓ ଏକକ ପିତାମାତା ଥିବା ପିଲା ଏବଂ ସେମାନଙ୍କ ପରିବାରର ସର୍ଭେ କରାଯିବ। ଜିଲ୍ଲା କାର୍ଯ୍ୟକର୍ତ୍ତା ଯେପରିକି DSWOs, ICDS supervisors, CDPOs and DCPOs ଙ୍କୁ ସର୍ଭେ ପ୍ରକ୍ରିୟାର ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ସଠିକ୍ ଓ ପ୍ରକୃତ ସୂଚନା ସଂଗ୍ରହ ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି ଶିଶୁ ବିକାଶ ବିଭାଗ। ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ଅଧିକାର ଏବଂ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସର୍ଭେ କରିବେ।