RCB ଆଇପିଏଲ ୨୦୨୫ ଚାମ୍ପିଅନ
ପଞ୍ଜାବକୁ ୬ ରନରେ ହରାଇ RCBର ଐତିହାସିକ ବିଜୟ
୧୮ ବର୍ଷ ପରେ RCB ନାଁରେ ପ୍ରଥମ IPL କପ୍
ଅହମ୍ମଦାବାଦ, ୦୩/୦୬: ଆଜି ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୧୮ତମ ସଂସ୍କରଣର ଫାଇନାଲ ମ୍ଚାମ ଖେଳା ଯାଇଛି। ଦୀର୍ଘ ୭୩ଟି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ପରେ ଆଜି ଅନ୍ତିମ ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହୋଇଛି ଚାମ୍ପିଅନ। ଟାଇଟଲ୍ ପାଇଁ ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ। ପଞ୍ଜାବକୁ ୬ ରନରେ ପରାସ୍ତ କରିଛି ଆରସିବି। ଆରସିବି ୧୯୦/୯ ସ୍କୋର କରିଥିବା ବେଳେ ପଞ୍ଜାବ କିଙ୍ଗ୍ସ ୧୮୪/୭ ସ୍କୋର କରିଛି।
ସୂଚନାଯୋଗ୍ୟ, ପଞ୍ଜାବ କିଙ୍ଗ୍ସ ୨୦୧୪ରେ ଫାଇନାଲ ଖେଳି କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହେବା ପରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦୦୯, ୨୦୧୧ ଓ ୨୦୧୬ ପରେ ଚତୁର୍ଥ ଥର ପାଇଁ ଫାଇନାଲ ଖେଳିଥିଲା। ଉଭୟ ଦଳ ପୂର୍ବରୁ କେବେ ବି ଚାମ୍ପିଅନ ହୋଇନଥିବା ବେଳେ ଆଇପିଏଲ ୨୦୨୫ରେ ଚାମ୍ପିଅନ ହୋଇଛି ଆରସିବି। ୧୮ ବର୍ଷ ପରେ ଆରସିବି ନାଁରେ ପ୍ରଥମ ଆଇପିଏଲ କପ ହାସଲ।
ଆଇପିଏଲ ବିଜେତା ତାଲିକା:
୨୦୦୮- ରାଜସ୍ଥାନ ରୟାଲ୍ସ
୨୦୦୯- ଡେକାନ ଚାର୍ଜର୍ସ
୨୦୧୦- ଚେନ୍ନାଇ ସୁପର କିଙ୍ଗ୍ସ
୨୦୧୧- ଚେନ୍ନାଇ ସୁପର କିଙ୍ଗ୍ସ
୨୦୧୨- କୋଲକାତା ନାଇଟ ରାଇଡର୍ସ
୨୦୧୩- ମୁମ୍ବାଇ ଇଣ୍ଡିଆନ୍ସ
୨୦୧୪- କୋଲକାତା ନାଇଟ ରାଇଡର୍ସ
୨୦୧୫- ମୁମ୍ବାଇ ଇଣ୍ଡିଆନ୍ସ
୨୦୧୬- ସନରାଇଜର୍ସ ହାଇଦ୍ରାବାଦ
୨୦୧୭- ମୁମ୍ବାଇ ଇଣ୍ଡିଆନ୍ସ
୨୦୧୮- ଚେନ୍ନାଇ ସୁପର କିଙ୍ଗ୍ସ
୨୦୧୯- ମୁମ୍ବାଇ ଇଣ୍ଡିଆନ୍ସ
୨୦୨୦- ମୁମ୍ବାଇ ଇଣ୍ଡିଆନ୍ସ
୨୦୨୧- ଚେନ୍ନାଇ ସୁପର କିଙ୍ଗ୍ସ
୨୦୨୨- ଗୁଜରାଟ ଟାଇଟାନ୍ସ
୨୦୨୩- ଚେନ୍ନାଇ ସୁପର କିଙ୍ଗ୍ସ
୨୦୨୪- କୋଲକାତା ନାଇଟ ରାଇଡର୍ସ
୨୦୨୫- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ