ଭିଜିଲାନ୍ସ ଜାଲରେ ମହିଳା ଏଏସଆଇ

ଗିରଫ କଲା ଭିଜିଲାନ୍ସ

ବ୍ରହ୍ମପୁର, ୦୪/୦୬: ବ୍ରହ୍ମପୁର ମହିଳା ଥାନା ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ବବିତା ସୁନାଙ୍କୁ ଧରିଛି ଭିଜିଲାନ୍ସ। ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ। ସେହି ଥାନାରେ ପୂର୍ବରୁ ରୁଜୁ ହୋଇଥିବା ଏକ ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସ୍ଆଇ ବବିତା ସୁନା ଗିରଫ ହୋଇଛନ୍ତି। ମହିଳା ଏଏସଆଇଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଗିରଫଦାରୀ ପରେ ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିକୋଣରୁ ଏଏସଆଇଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି