ମୁମ୍ବାଇ, ୦୯/୦୬: ସୋମବାର ସକାଳେ ମୁମ୍ବାଇରେ ବ୍ୟସ୍ତବହୁଳ ଲୋକାଲ ଟ୍ରେନରୁ ଖସି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। କେନ୍ଦ୍ରୀୟ ରେଳପଥର ଦିବା ଓ କୋପର ରେଳ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।
ପ୍ରାଥମିକ ରିପୋର୍ଟ ଅନୁଯାୟୀ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲସ (ସିଏସଏମଟି) ଅଭିମୁଖେ ଯାଉଥିବା ଏକ ଲୋକାଲ ଟ୍ରେନରୁ ୧୦ରୁ ୧୨ ଜଣ ଯାତ୍ରୀ ବଗିରୁ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟିବା ସମୟରେ ଟ୍ରେନ୍ ରେ ପ୍ରବଳ ଭିଡ଼ ଜମିଥିଲା ଆହତମାନଙ୍କୁ ରେଳ ଧାରଣାରୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।