ଋଷିଆର ବଡ଼ ଏୟାର ଷ୍ଟ୍ରାଇକ: ୪୦୦ରୁ ଅଧିକ ଡ୍ରୋନ ଓ ୪୦ ମିସାଇଲ ମାଡ

ଏକାଧିକ ମୃତ, ଅନେକ ଆହତ

କିଭ, ୦୯/୦୬: ଗତ କିଛି ମାସ ମଧ୍ୟରେ ୟୁକ୍ରେନ ଉପରେ ସବୁଠାରୁ ବଡ଼ ଏୟାର ଷ୍ଟ୍ରାଇକ କରିଛି ଋଷିଆ। ଆକାଶମାର୍ଗରୁ ଆକ୍ରମଣ କରି ରୁଷିଆ ଶୁକ୍ରବାର ରାତିରେ ୟୁକ୍ରେନ ଉପରେ ୪୦୦ରୁ ଅଧିକ ଡ୍ରୋନ୍ ଏବଂ ୪୦ଟି କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଯେଉଁଥିରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ପ୍ରାୟ ୮୦ ଜଣ ଆହତ ହୋଇଥିଲେ। କିଛି ଦିନ ତଳେ ୟୁକ୍ରେନ୍ ରୁଷିଆର ବାୟୁସେନା ଘାଟି ଉପରେ ଏକ ବଡ଼ ଡ୍ରୋନ୍ ଆକ୍ରମଣ କରିବା ସହ କ୍ରିମିଆ ସେତୁ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଯାହାର ପ୍ରତିଶୋଧ ସ୍ୱରୂପ ଋଷିଆ ଏହି ଆକ୍ରମଣ କରିଛି।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ ଭଗ୍ନାବଶେଷକୁ ସଫା କରିବା ଏବଂ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଅଞ୍ଚଳରେ ଜରୁରୀକାଳୀନ ଅପରେସନ ଚାଲିଛି। ୪୦୦ରୁ ଅଧିକ ଡ୍ରୋନ୍, ୪୦ରୁ ଅଧିକ କ୍ଷେପଣାସ୍ତ୍ର ଋଷିଆ ପକ୍ଷରୁ ଉତକ୍ଷେପଣ କରାଯାଇଛି। ଏଥିରେ ୮୦ ଜଣ ଆହତ ହୋଇଛନ୍ତି ଏବଂ କେତେକ ଏବେ ବି ଭଗ୍ନାବଶେଷ ତଳେ ରହିଥାଇପାରନ୍ତି ବୋଲି ଜେଲେନସ୍କି ଏକ ବିବୃତିରେ କହିଛନ୍ତି।

ୟୁକ୍ରେନର ବାୟୁସେନା ଅନୁଯାୟୀ, ଋଷିଆ ରାତାରାତି ୪୦୭ଟି ଡ୍ରୋନ୍, ୬ଟି ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର, ୩୮ଟି କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଗୋଟିଏ ଆଣ୍ଟି-ରାଡାର କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହେବା ସହ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ଏହାକୁ ନେଇ ଜେଲେନସ୍କି କହିଛନ୍ତି, ବିଶ୍ୱ ସ୍ତରରେ ଏହାକୁ ନିନ୍ଦା କରା ଯାଉନଥିବାରୁ ପୁଟିନ ଏହାର ଫାଇଦା ଉଠାଉଛନ୍ତି ବୋଲି କହିଛନ୍ତି।