ଆଜିର ତାରିଖ ୧୦ ଜୁନ ୨୦୨୫
ଆମେରିକାର ଜାତୀୟ ଅଣ୍ଡା ରୋଲ୍ ଦିବସ:- ଜୁନ୍ ୧୦ରେ ଆମେରିକାରେ ଜାତୀୟ ଅଣ୍ଡା ରୋଲ ଦିବସ ପାଳନ କରାଯାଏ। ଏହି ଅଣ୍ଡା ରୋଲ୍ ଏକ ଚାଇନିଜ୍-ଆମେରିକୀୟ ଖାଦ୍ୟ ଯାହା ଭିଏତନାମୀ ପ୍ରବାସୀମାନଙ୍କ ମଧ୍ୟରେ ବହୁ ଆଦୃତି ଲାଭ କରିଥିଲା। ସାରା ଦେଶରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକ ଅଣ୍ଡା ରୋଲକୁ ନିଜସ୍ୱ ଉପାୟରେ ତିଆରି କରନ୍ତି। ମୁଖ୍ୟତଃ ଫାଷ୍ଟଫୁଡ କଥା କହିଲେ ପ୍ରଥମେ ଆସିଥାଏ ରୋଲ୍। ଯାହା ପ୍ରତି ଲୋକଙ୍କ ପସନ୍ଦ ହୋଇଥାଏ। ପ୍ରାୟତଃ ସମସ୍ତେ ଏହି ଅଣ୍ଡା ରୋଲକୁ ଖାଇବାକୁ ପସନ୍ଦ କରନ୍ତି।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଜେନେରାଲ ଜୟନ୍ତ ନାଥ ଚୌଧୁରୀ (୧୦ ଜୁନ ୧୯୦୮ – ୬ ଏପ୍ରିଲ ୧୯୮୩), ଭାରତୀୟ ସେନାର ଜଣେ ଜେନେରାଲ ଅଫିସର। ସେ ୧୯୬୨ରୁ ୧୯୬୬ ପର୍ଯ୍ୟନ୍ତ ଷଷ୍ଠ ସେନାମୁଖ୍ୟ ଏବଂ ୧୯୪୮ରୁ ୧୯୪୯ ପର୍ଯ୍ୟନ୍ତ ହାଇଦ୍ରାବାଦ ରାଜ୍ୟର ସାମରିକ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ଭାରତୀୟ ସେନାରୁ ଅବସର ନେବା ପରେ ସେ ୧୯ ଜୁଲାଇ ୧୯୬୬ରୁ ଅଗଷ୍ଟ ୧୯୬୯ ପର୍ଯ୍ୟନ୍ତ କାନାଡାରେ ଭାରତୀୟ ହାଇକମିଶନର ଭାବରେ କାର୍ଯ୍ୟ କରିଥିଲେ।
୨. ରାହୁଲ ବାଜାଜ (୧୦ ଜୁନ ୧୯୩୮), ଜଣେ ଭାରତୀୟ ବ୍ୟବସାୟୀ। ଭାରତୀୟ କମ୍ପାନୀ ବଜାଜ ଗ୍ରୁପର ଅଧ୍ୟକ୍ଷ ଥିଲେ। ୨୦୦୧ରେ ରାହୁଲଙ୍କୁ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ରାମନାଥ ଟାଗୋର (୨୬ ଅକ୍ଟୋବର ୧୮୦୧ – ୧୦ ଜୁନ ୧୮୭୭), ଯୁବାବସ୍ଥାରରେ ରାମ ମୋହନ ରାୟଙ୍କ ଚିନ୍ତାଧାରାରେ ଅଭିଭୂତ ହୋଇଥିଲେ ଏବଂ ବ୍ରାହ୍ମସମାଜର ମୂଳ ଟ୍ରଷ୍ଟିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୨୪୬ – ନାସିରୁଦ୍ଦିନ ମହମ୍ମଦ ଶାହ ଦିଲ୍ଲୀର ପ୍ରଥମ ଶାସକ ହୋଇଥିଲେ।
୧୬୨୪ – ଏହି ଦିନ ହଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ସ୍ପେନିସ୍ ବିରୋଧୀ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୯୩୧ – ନରୱେ ପୂର୍ବ ଗ୍ରୀନଲ୍ୟାଣ୍ଡକୁ ଦଖଲ କରିଥିଲା।
୧୯୪୦ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଟାଲୀ ଫ୍ରାନ୍ସ ଓ ବ୍ରିଟେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା।
୧୯୪୪ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନ ସେନା ଆଜିର ଦିନରେ ୨୧୮ ଜଣ ଗ୍ରୀକଙ୍କୁ ହତ୍ୟା କରିଥିଲା।
୧୯୫୭ – ଇସ୍ରାଏଲ ଓ ସିରିଆ ମଧ୍ୟରେ ଅସ୍ତ୍ରବିରତି ସ୍ୱାକ୍ଷରିତ ହେବା ସହିତ ୬ ଦିନିଆ ଯୁଦ୍ଧ ଶେଷ ହୋଇଥିଲା।
୧୯୭୨ – ସମ୍ପୂର୍ଣ୍ଣ ବାତାନୁକୂଳିତ ଜାହାଜ ହର୍ଷବର୍ଦ୍ଧନ ମୁମ୍ବାଇର ମାର୍ଗାଓ ବନ୍ଦରରୁ କାର୍ଯ୍ୟକ୍ଷମ ହୋଇଥିଲା।
୧୯୮୬ – ଲର୍ଡସରେ ଇଂଲଣ୍ଡକୁ ୫ ୱିକେଟରେ ପରାସ୍ତ କରି ଭାରତ ନିଜର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଥିଲା।
୨୦୦୨ – ପାକିସ୍ତାନ ବିଶ୍ୱର ଦ୍ବିତୀୟ ସର୍ବୋଚ୍ଚ ଶିଖର ‘କେ-୨’ର ନାମ ପରିବର୍ତ୍ତନ କରି ‘ଚୋଗୋରି’ ବା ‘ଶାହଗୋରି’ ରଖିଥିଲା।