ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ‘MAYDAY’ କଲ

ଜାଣିଛନ୍ତି କି କ’ଣ ଏହି ‘MAYDAY’ କଲ ଓ କେଉଁମାନେ ବ୍ୟବହାର କରିଥାନ୍ତି, ଜାଣନ୍ତୁ

ନୂଆଦିଲ୍ଲୀ, ୧୨/୦୬: ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର ୫ ମିନିଟ୍ ପରେ ଏୟାର ଇଣ୍ଡିଆର ବିମାନ AI୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୋଇଂ ୭୮୭-୮ ଡ୍ରିମଲାଇନର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭୟଙ୍କର ଭାବେ ଜଳି ଉଠିଥିଲା। ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ। ମୃତାହତଙ୍କ ସଂଖ୍ୟା ଜଣା ପଡିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ତେବେ ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ବିମାନ ଟେକ୍ ଅଫ କରିବା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) କୁ ଏକ ମେଡେ(Mayday) କଲ କରିଥିଲେ। କିନ୍ତୁ ତା’ପରେ ଆଉ ପାଇଲଟଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା। ବିମାନରେ ନିଆଁ ଲାଗିଯାଇଥିଲା।

 

ତେବେ ଜାଣିଛନ୍ତି କି ଏହି ‘ମେଡେ’ କଲ୍ କ’ଣ?

‘ମେଡେ’ କଲ ହେଉଛି ବିପର୍ଯ୍ୟୟର ସଙ୍କେତ। ଯେତେବେଳେ ବିମାନରେ ବୈଷୟିକ ତ୍ରୁଟି, ଅଘଟଣ ଆଶଙ୍କା କିମ୍ବା ଅଗ୍ନିକାଣ୍ଡ ଘଟିବା ସମ୍ଭାବନା ଥାଏ, ସେତେବେଳେ ପାଇଲଟ ‘ମେଡେ ମେଡେ ମେଡେ’ କୁହନ୍ତି। ସମ୍ପୃକ୍ତ ବିମାନ ଓ ପାଇଲଟ, ଯାତ୍ରୀଙ୍କ ପ୍ରତି ବିପଦ ଥିବା ଦର୍ଶାଇ ଏହି କଲ କରାଯାଇଥାଏ।

‘ମେଡେ’ ଶବ୍ଦର ଉତ୍ପତ୍ତି:-

୧୯୨୩ ମସିହାରେ ଲଣ୍ଡନର କ୍ରୋଏଡନ୍ ବିମାନ ବନ୍ଦରର ରେଡିଓ ଅଫିସର ଫ୍ରେଡରିକ୍ ଷ୍ଟାନଲି ମକଫୋର୍ଡ ପ୍ରଥମେ ‘ମେଡେ’ ଶବ୍ଦଟି ବ୍ୟବହାର କରିଥିଲେ। ସେ ଏହାକୁ ଫ୍ରେଞ୍ଚ ଶବ୍ଦ ‘m’aider’ରୁ ନେଇଥିଲେ, ଯାହାର ଅର୍ଥ “ମୋତେ ସାହାଯ୍ୟ କରନ୍ତୁ”। ୧୯୨୩ରେ ପାଇଲଟ ଓ ନାବିକମାନେ ଆନ୍ତର୍ଜାତୀୟ ରେଡିଓ ଯୋଗାଯୋଗ ପାଇଁ ବ୍ୟବହାର କରିଥିଲେ। ପରେ ୧୯୨୭ ମସିହାରେ ମୋର୍ସ ଦ୍ୱାରା ବିଦ୍ଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା।

ଏହା ୧୯୨୩ ମସିହା ବେଳକୁ ପାଇଲଟ ଏବଂ ନାବିକମାନଙ୍କ ପାଇଁ ଅନ୍ତର୍ଜାତୀୟ ରେଡିଓ ଯୋଗାଯୋଗର ଏକ ଅଂଶ ପାଲଟିଥିଲା ଏବଂ ୧୯୨୭ ମସିହାରେ ମୋର୍ସ “ଏସଓଏସ” ସହିତ ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଥିଲା।

‘ମେଡେ’ କଲ କିପରି କାମ କରେ?

ଯେତେବେଳେ ଜଣେ ପାଇଲଟ “ମେଡେ, ମେଡେ, ମେଡେ” କୁହନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ, ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜରୁରୀକାଳୀନ ପରିସ୍ଥିତିର ସଙ୍କେତ ଦେଇଥାଏ ଯାହା ତୁରନ୍ତ ସହାୟତା ଆବଶ୍ୟକ କରେ। ଏହି ସମୟରେ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ (ଏଟିସି) ଏହି କଲକୁ ସର୍ବୋଚ୍ଚ ପ୍ରାଥମିକତା ଦିଏ।