ଆସିଲା ଏମର୍ଜେନ୍ସି ଆଲର୍ଟ, ଥରିଲା ମୋବାଇଲ
ଏହି ମେସେଜକୁ ଅଣଦେଖା କରିବାକୁ ଟେଲିକମ ବିଭାଗର ସୂଚନା
ଆତଙ୍କିତ ନ ହେବାକୁ ପରାମର୍ଶ
ନୂଆଦିଲ୍ଲୀ, ୦୨/୦୫: ମୋବାଇଲକୁ ଆସିଲା ଏମର୍ଜେନ୍ସି ଆଲର୍ଟ। ଏକାସଙ୍ଗରେ ସବୁ ମୋବାଇଲରେ ବାଜିଲା ସାଇରନ୍। ସାଇରନ୍ ବାଜିବା ସହ ଭାଇବ୍ରେସନରେ ଥରି ଉଠିଲା ମୋବାଇଲ। ତେବେ ଏଭଳି ମେସେଜକୁ ଅଣଦେଖା କରିବାକୁ ଟେଲିକମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗକୁ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ନାଗରିକ ସଚେତନତା ପାଇଁ ଏଭଳି ଆଲର୍ଟ ଜାରି କରାଯିବ।
ବର୍ତ୍ତମାନ ନାଗରିକଙ୍କୁ ସତର୍କତା ପୂର୍ବକ ସବୁ ମୋବାଇଲକୁ ପରୀକ୍ଷା ମୂଳକ ଭାବେ ଆଲର୍ଟ ମେସେଜ୍ ଆସିଛି। ଭାରତ ସରକାରଙ୍କ ପକ୍ଷରୁ ମୋବାଇଲ ସତର୍କତା ମେସେଜ୍ର ପରୀକ୍ଷଣ କରାଯାଇଛି। ପ୍ରାକୃତିକ ଦୁର୍ବିପାକ ସମ୍ବନ୍ଧୀୟ ମେସେଜ ସତର୍କତାର ପରୀକ୍ଷଣ କରାଯାଇଛି। ନାଗରିକଙ୍କୁ ସଚେତନ ଓ ସୁରକ୍ଷା କରିବା ଲକ୍ଷ୍ୟରେ ଏହି ସାଇରନ୍ ମେସେଜ୍ ଆସିଛି।