ପଶ୍ଚିମବଙ୍ଗରେ ପୁଣି ହେବ ଭୋଟ

ଇଭିଏମ୍ ଟାମ୍ପରିଂ ଅଭିଯୋଗ ପରେ ଇସିଆଇଙ୍କ ନିଷ୍ପତ୍ତି

କୋଲକାତା, ୦୧/୦୪: ପଶ୍ଚିମବଙ୍ଗର ୧୫ ବୁଥ୍‌ରେ ହେବ ରିପୋଲିଂ। ଆସନ୍ତା କାଲି ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ହେବ ରିପୋଲିଂ। ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆସିବା ପରେ ଲୋକ ପ୍ରତିନିଧି ଅଧିନିୟମ, ୧୯୫୧ର ଧାରା ୫୮(୨) ଅନୁଯାୟୀ, ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ମାଗ୍ରାହାଟ ପଶ୍ଚିମ ନିର୍ବାଚନମଣ୍ଡଳୀର ୧୧ ବୁଥ୍‌ରେ ହେବ ରିପୋଲିଂ। ଡାଇମଣ୍ଡ ହାର୍ବରର ୪ ବୁଥ୍‌ରେ ହେବ ପୁନଃ ମତଦାନ।

ଗତ ୨୯ ଏପ୍ରିଲରେ ହୋଇଥିବା ମତଦାନ ସମୟରେ ଅନିୟମିତତା ଅଭିଯୋଗ ଆସିଥିଲା।