ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ବିରୋଧୀ ଦଳ ନେତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି

ଚଣ୍ଡିଗଡ଼, ୦୧/୦୫: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଦ୍ୟପାନ କରି ବିଧାନସଭା ଆସିଥିବା ଅଭିଯୋଗ। ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ଆଲକୋହଲ୍ ଟେଷ୍ଟ ଦାବି କଲେ।

ସାଂସଦ ସ୍ବାତୀ ମାଲିୱାଲ ମାନ୍‌ଙ୍କ ଏକ ଭିଡିଓ ସେୟାର କରିବା ପରେ ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମାନ୍ ବିଧାନସଭାକୁ ମଦ ପିଇ ଆସୁଥିବା ସ୍ବାତୀଙ୍କ ଅଭିଯୋଗ ପରେ ମାନ୍‌ଙ୍କୁ ବିରୋଧୀଙ୍କ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ୁଛି। କିନ୍ତୁ ବିରୋଧୀ ଦଳ ନେତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବାଚସ୍ପତି କୁଲତାର ସିଂହ ସନ୍ଧୱାନ।

ଗୃହ କାର୍ଯ୍ୟକାଳ ମଧ୍ୟରେ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖୈରାଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଅଭିଯୋଗରେ ମାନ ବିରୋଧ କରିବାରୁ ବିବାଦ ଆରମ୍ଭ ହୋଇଥିଲା। ପୂର୍ବ ଅଧିବେଶନରେ ମାନଙ୍କ ପତ୍ନୀ ପରିଦର୍ଶକ ଗ୍ୟାଲେରୀରେ ବସିଥିବା କଥାକୁ ନେଇ ଖୈରା ପ୍ରତିକ୍ରିୟା ଦେଇଥିଲେ।

ଯୁକ୍ତିତର୍କ ସମୟରେ, ମାନ ଖୈରାଙ୍କୁ କହିଥିଲେ, “ସେ ନିଜକୁ ସଂଶୋଧନ କରିଛନ୍ତି। ସେ ଗୃହର ସଦସ୍ୟ ନୁହଁନ୍ତି। ତୁମେ ମୋ ଝିଅକୁ ମଧ୍ୟ ଟାର୍ଗେଟ କର। ଯୁକ୍ତିତର୍କ ବୃଦ୍ଧି ପାଇବା ପରେ, ଖୈରା ମାନଙ୍କ ଉପରେ ମଦ୍ୟପାନ କରି ବିଧାନସଭାରେ ପହଞ୍ଚିବାର ଅଭିଯୋଗ ଆଣିଥିଲେ, ଏହି ଅଭିଯୋଗକୁ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ସମର୍ଥନ କରିଥିଲେ। ମାମଲାର ସମାଧାନ ପାଇଁ ବାଜୱା ମୁଖ୍ୟମନ୍ତ୍ରୀ ସମେତ ସମସ୍ତ ବିଧାୟକଙ୍କ ମଦ୍ୟପାନ ମିଟର ପରୀକ୍ଷା କରିବାକୁ ଦାବି କରିଥିଲେ।