ବିମାନରେ ବୈଷୟିକ ତ୍ରୁଟି

ମଝି ଆକାଶରୁ ଫେରିଲା ବିମାନ AI315

ନୂଆଦିଲ୍ଲୀ, ୧୬/୦୬: ହଂକଂରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ମଝି ଆକାଶରେ ସନ୍ଦେହଜନକ ବୈଷୟିକ ତ୍ରୁଟି ଦେଖାଦେବାରୁ ମଝି ଆକାଶରୁ ପ୍ରତ୍ୟାବର୍ତ୍ତନ କରିଛି ବିମାନ। ବୋଇଂ 787-8 ଡ୍ରିମଲାଇନର ଦ୍ୱାରା ପରିଚାଳିତ ବିମାନ AI315 ହଂକଂରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ମଝି ଆକାଶରେ ଏଥିରେ ବୈଷୟିକ ତ୍ରୁଟି ଥିବା ପରିଲକ୍ଷିତ ହେବା ପରେ ହଂକଂକୁ ଫେରି ଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ଲୁଫଥାନ୍ସା ବିମାନକୁ ବୋମା ଧମକ ମିଳିବା ପରେ ଅବତରଣ ଅନୁମତି ନ ମିଳିବାରୁ ବାଧ୍ୟ ହୋଇ ୟୁ-ଟର୍ଣ୍ଣ ନେଇ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନବନ୍ଦରକୁ ଫେରିଥିଲା। ବିମାନ LH752 ଫ୍ରାଙ୍କଫର୍ଟରୁ ଉଡ଼ାଣ ଆରମ୍ଭ କରି ସୋମବାର ସକାଳେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର ଥିଲା।