ଆଜି ଅନ୍ତର୍ଜାତୀୟ ପିକନିକ ଦିବସ

ଜାଣନ୍ତୁ ଏହି ଦିବସର ଉଦ୍ଦେଶ୍ୟ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୧୮ ଜୁନ ୨୦୨୫

ଅନ୍ତର୍ଜାତୀୟ ପିକନିକ ଦିବସ:- ଜୁନ୍ ୧୮ ରେ ଅନ୍ତର୍ଜାତୀୟ ପିକନିକ୍ ଦିବସ କରାଯାଏ। ସମଗ୍ର ବିଶ୍ୱରେ ଅନେକ ପିକନିକରେ ସେମାନଙ୍କ ଦୈନନ୍ଦିନ ଜୀବନରୁ ମୁକ୍ତ ହୋଇ ପରିବାର ଓ ବନ୍ଧୁମାନଙ୍କ ସହିତ ସମୟ ବାହାର କରି ବୁଲିବାକୁ ଯିବା ଏବଂ ବାହାରେ ବଣଭୋଜି କରିଥାନ୍ତି। ତେଣୁ ଏହାକୁ ଏକ ଉତ୍ସବ ଭାବେ ପାଳନ କରିବା ପାଇଁ ଏହି ଦିବସ ଆରମ୍ଭ ହୋଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ସି. ବିଜୟା ରାଘବ ଚରିଆର (୧୮ ଜୁନ୍ ୧୮୫୨ – ୧୯ ଅପ୍ରେଲ ୧୯୪୩), ଜଣେ ଭାରତୀୟ ରାଜନୀତିଜ୍ଞ। ସେ ୧୮୮୫ରୁ ୧୯୦୧ ପର୍ଯ୍ୟନ୍ତ ବିଧାନ ପରିଷଦର ସଦସ୍ୟ ଥିଲେ।

୨. ଅନୁଗ୍ରାହ ନାରାୟଣ ସିଂହ (୧୮ ଜୁନ ୧୮୮୭ – ୫ ଜୁଲାଇ ୧୯୫୭), ଜଣେ ଭାରତୀୟ ରାଜନୀତିଜ୍ଞ ତଥା ବିହାରର ପ୍ରଥମ ଉପମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ (୧୯୪୬-୧୯୫୭) ଏବଂ ‘ବିହାର ବିଭୂତି’ ନାମରେ ପରିଚିତ। ସେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ, ଓକିଲ, ରାଜନେତା ଏବଂ ଆଧୁନିକ ବିହାରର ନିର୍ମାତା ଥିଲେ।

୩. ଶଙ୍କର ତ୍ରିମ୍ବକ ଧର୍ମାଧିକାରୀ (୧୮ ଜୁନ ୧୮୯୯ – ୧ ଡିସେମ୍ବର ୧୯୮୫), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଲେଖକ। ସେ ‘ଗାନ୍ଧୀ ସେବା ସଂଘ’ର ଜଣେ ସକ୍ରିୟ କର୍ମକର୍ତ୍ତା ଥିଲେ। ତାଙ୍କର ହିନ୍ଦୀ, ସଂସ୍କୃତ, ମରାଠୀ, ବଙ୍ଗଳା, ଗୁଜରାଟୀ ଏବଂ ଇଂରାଜୀ ଭାଷାର ଭଲ ଜ୍ଞାନ ଥିଲା।

୪. କକ୍କନ (୧୮ ଜୁନ୍ ୧୯୦୮ – ୨୩ ଡିସେମ୍ବର ୧୯୮୧), ଜଣେ ଭାରତୀୟ ରାଜନେତା ଏବଂ ସ୍ୱାଧୀନତା ସଂଗ୍ରାମୀ ଯିଏ କି ୧୯୫୭ ରୁ ୧୯୬୭ ମଧ୍ୟରେ ତତ୍କାଳୀନ ମାଡ୍ରାସ ରାଜ୍ୟର କଂଗ୍ରେସ ସରକାରରେ ବିଭିନ୍ନ ମନ୍ତ୍ରୀ ପଦରେ ଥିଲେ।

୪. ସେଠ ଗୋବିନ୍ଦ ଦାସ (୧୬ ଅକ୍ଟୋବର ୧୮୯୬ – ୧୮ ଜୁନ ୧୯୭୪), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାଂସଦ ଏବଂ ହିନ୍ଦୀ ଲେଖକ। ୧୯୬୧ ମସିହାରେ ଭାରତ ସରକାର ତାଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ସୟଦ ମୁସ୍ତାକ ଅଲ୍ଲୀ (୧୭ ଡିସେମ୍ବର ୧୯୧୪ – ୧୮ ଜୁନ୍ ୨୦୦୫), ଜଣେ ଭାରତୀୟ କ୍ରିକେଟର, ଜଣେ ଡାହାଣହାତୀ ଓପନିଂ ବ୍ୟାଟ୍ସମ୍ୟାନ୍। ୧୯୩୬ରେ ଓଲ୍ଡ ଟ୍ରାଫୋର୍ଡରେ ଇଂଲଣ୍ଡ ବିପକ୍ଷରେ ସେ ୧୧୨ ରନ୍ କରିଥିଲେ। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ତାଙ୍କ ନାମରେ ନାମିତ ହୋଇଛି। ୧୯୬୪ ରେ ଅଲ୍ଲୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୫୭୬ – ମହାରାଣା ପ୍ରତାପ ଓ ମୋଗଲ ସାମ୍ରାଜ୍ୟର ଶାସକ ଆକବରଙ୍କ ମଧ୍ୟରେ ହଳଦୀଘାଟି ଯୁଦ୍ଧ ଆରମ୍ଭ ହୋଇଥିଲା।

୧୬୫୮ – ଔରଙ୍ଗଜେବ ଆଗ୍ରାର ଦୁର୍ଗକୁ ଦଖଲ କରିଥିଲେ।

୧୮୧୨ – ଏହି ଦିନଠାରୁ ଆମେରିକା ଓ ବ୍ରିଟେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା।

୧୮୧୭ – ଲଣ୍ଡନର ଥେମ୍ସ ନଦୀ ଉପରେ ୱାଟରଲୁ ବ୍ରିଜ୍ ଖୋଲାଯାଇଥିଲା।

୧୯୪୬ – ଡକ୍ଟର ରାମ ମନୋହର ଲୋହିଆଙ୍କ ନେତୃତ୍ୱରେ ଗୋଆରେ ପର୍ତ୍ତୁଗିଜ ଶାସନ ବିରୋଧରେ ପ୍ରଥମ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହୋଇଥିଲା।

୧୯୭୨ – ବ୍ରିଟିଶ ୟୁରୋପୀୟ ଏୟାରୱେଜ୍ ର ବିମାନ ଖୋଲା ପଡ଼ିଆରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୧୮ ଜଣଙ୍କ ମୃତ୍ୟୁ ହୋଇଥିଲା।

୧୯୮୭ – ଏମଏସ ସ୍ୱାମୀନାଥନ ୧୯୮୭ ରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର ପାଇଥିଲେ।

୧୯୯୭ – ଭାରତୀୟ ବ୍ୟାଡମିଣ୍ଟନ ମହାସଂଘ (ଆଇବିସି) ଆରମ୍ଭ କରିଥିଲେ।

୧୯୯୯ – ଲଣ୍ଡନରେ ୩୫ଟି ୟୁରୋପୀୟ ଦେଶ ମଧ୍ୟରେ ପାନୀୟ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୨୦୦୮ – ଭାରତ ସରକାର ଓବିସି କୋଟାରେ ଗୁଜ୍ଜରମାନଙ୍କ ପାଇଁ ୫% ସଂରକ୍ଷଣ ଘୋଷଣା କରିଥିଲେ।

୨୦୦୮ – ଭିଏତନାମ ବିଶ୍ୱ ବଜାରରେ ଯୋଗାଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଚାଉଳ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ କୁ ହଟାଇଦେଇଥିଲା।

୨୦୧୭ – ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଭାରତକୁ ପରାସ୍ତ କରି ଟାଇଟଲ ଜିତିଥିଲା।