ବିଶ୍ୱ ସିକଲ ସେଲ ରୋଗ ସଚେତନତା ଦିବସ

ଏହି ରୋଗ ବିଷୟରେ ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୧୯ ଜୁନ୍ ୨୦୨୫

ବିଶ୍ୱ ସିକଲ ସେଲ ରୋଗ ସଚେତନତା ଦିବସ: ଆଜି ‘ବିଶ୍ୱ ସିକଲ ସେଲ ରୋଗ ସଚେତନତା ଦିବସ’। ସିକଲ ସେଲ ଏକ ଜେନେଟିକ ରୋଗ। ଏଥିରେ ଆକ୍ରାନ୍ତ ହେଲେ ବ୍ୟକ୍ତି ବା ଶିଶୁମାନଙ୍କୁ ରକ୍ତହୀନତାର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ବ୍ୟାଧି ସାଧାରଣତଃ ଲାଲ ରକ୍ତ କଣିକାର ଆକାର ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଶରୀରରେ ଥିବା ଲାଲ ରକ୍ତ କଣିକା ବିକୃତ ହୋଇଯିବା କାରଣରୁ ଶରୀରରେ କୋଷ ଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଶରୀରରେ ଶିରା ପ୍ରଶିରାରେ ରକ୍ତ ପ୍ରବାହ ବନ୍ଦ ହେବାର ସମ୍ଭାବନା ଥାଏ। ତେଣୁ ଏହାର ଚିହ୍ନଟ ଓ ନିରାକରଣ ପାଇଁ ସଚେତନତା ଜରୁରୀ। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ‘ବିଶ୍ୱ ସିକଲ ସେଲ ରୋଗ ସଚେତନତା ଦିବସ’ ପାଳନ କରାଯାଏ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ସୁଦର୍ଶନ ଅଗ୍ରୱାଲ (୧୯ ଜୁନ ୧୯୩୧ – ୩ ଜୁଲାଇ ୨୦୧୯), ଉତ୍ତରାଖଣ୍ଡ ଏବଂ ସିକ୍କିମର ପୂର୍ବତନ ରାଜ୍ୟପାଳ। ସେ ‘ଦିଲ୍ଲୀ ଜିମ୍ଖାନା କ୍ଲବ୍’ର ସଭାପତି ଥିବା ବେଳେ ‘ସଂସ୍କୃତି କେନ୍ଦ୍ର ସଂସ୍କୃତି ପ୍ରତିଷ୍ଠାନ’ର ଟ୍ରଷ୍ଟି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ‘ରୋଟାରି କ୍ଲବ୍ ଅଫ୍ ଇଣ୍ଡିଆର ପୂର୍ବତନ ସଭାପତି ଏବଂ ରୋଟାରୀ ଇଣ୍ଟରନ୍ୟାସନାଲର ବିଭିନ୍ନ କମିଟିର ଜିଲ୍ଲା ଗଭର୍ଣ୍ଣର ଏବଂ ସଦସ୍ୟ ଏବଂ ସଭାପତି ପଦରେ ମଧ୍ୟ ଥିଲେ।

୨. ରାହୁଲ ଗାନ୍ଧି, ଜଣେ ରାଜନେତା ଏବଂ ସପ୍ତଦଶ ଲୋକ ସଭାରେ କେରଳର ୱାୟନାଡ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ରାହୁଲ ୨୦୦୪ରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ ପିତାଙ୍କ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶର ଆମେଠିରୁ ପ୍ରଥମ ଲୋକସଭା ନିର୍ବାଚନ ଲଢ଼ିଥିଲେ। ସେ ୧୬ ଡିସେମ୍ବର ୨୦୧୭ରୁ ୩ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ସୁଭାଷ ମୁଖାପାଧ୍ୟାୟ (୧୬ ଜାନୁଆରୀ ୧୯୩୧ – ୧୯ ଜୁନ ୧୯୮୧) ଜଣେ ଡାକ୍ତର, ଯିଏ କି ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍ ବ୍ୟବହାର କରି ବିଶ୍ୱର ଦ୍ୱିତୀୟ ଏବଂ ଭାରତର ପ୍ରଥମ ସନ୍ତାନ ସୃଷ୍ଟି କରିଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୧୦ – ଏହି ଦିନ ୱାଶିଂଟନରେ ପ୍ରଥମ ପିତୃ ଦିବସ ପାଳିତ ହୋଇଥିଲା।

୧୯୮୨ – ହିଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନ ବେରୁତ ବିଶ୍ୱବିଦ୍ୟାଳୟର ସଭାପତିଙ୍କୁ ଅପହରଣ କରିଥିଲା।

୧୯୯୯ – ଗ୍ରୁପ୍ -୮ ଶିଖର ସମ୍ମିଳନୀ ୧୯ ଜୁନ୍ ୧୯୯୯ରେ କୋଲୋନ୍ (ଜର୍ମାନୀ)ରେ ଆରମ୍ଭ ହୋଇଥିଲା।

୨୦୦୬ – ପରମାଣୁ ପରୀକ୍ଷଣ ମାମଲାକୁ ନେଇ ଜାପାନ ଉତ୍ତର କୋରିଆକୁ କଡ଼ା ଚେତାବନୀ ଦେଇଥିଲା।

୨୦୦୭ – ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁସାରଫ ମହମ୍ମଦ ଅଲ୍ଲୀ ଦୁରାନୀଙ୍କୁ ସୂଚନା ମନ୍ତ୍ରୀ ପଦରୁ ହଟାଇଥିଲେ।

୨୦୦୮ – ଉତ୍ତରାଖଣ୍ଡ ସରକାର ଗଙ୍ଗା ଉପରେ ନିର୍ମାଣାଧୀନ ୪୮୦ ମେଗାୱାଟ ପାଲା ମନେରି ଏବଂ ୩୮୦ ମେଗାୱାଟ ଭୈରନ୍ଧରୀ ପ୍ରକଳ୍ପକୁ ସ୍ଥଗିତ ରଖିଥିଲେ।