ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ

୨ ମାଓବାଦୀ ସଫା, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କାଙ୍କେର, ୨୦/୦୬: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ମାଓବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ଅଛନ୍ତି।

କାଙ୍କେର ପୋଲିସ ଅଧୀକ୍ଷକ ଇନ୍ଦିରା କଲ୍ୟାଣ ଏଲେସେଲା କହିଛନ୍ତି ଯେ ଛୋଟେବେଠିଆ ଥାନା ଅଧୀନରେ ଥିବା ଏକ ଜଙ୍ଗଲରେ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ସୀମା ସୁରକ୍ଷା ବଳ (BSF) ର ମିଳିତ ଟିମ୍ ସର୍ଚ୍ଚ ଅପରେସନ କରିବା ବେଳେ ଗୁଳିବିନିମୟ ହୋଇଥିଲା। ଅମାତୋଲା ଏବଂ କାଲପାର ଗାଁ ମଧ୍ୟରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜଣା ପଡ଼ିଥିଲା। ଏହା ପରେ ସର୍ଚ୍ଚ ଅପରେସନ କୁ ଜୋରଦାର କରାଯାଇଥିଲା।ଏନକାଉଣ୍ଟର ସ୍ଥଳରୁ ଦୁଇ ମାଓବାଦୀଙ୍କ ମୃତଦେହ ସହ ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଏବେ ବି ଗୁଳି ବିନିମୟ ଜାରି ରହିଛି।