ଭାରତ ପାଇଁ ଆକାଶ ପଥ ଖୋଲିଲା ଇରାନ

ସ୍ୱଦେଶ ଫେରିବେ ୧୦୦୦ ଭାରତୀୟ

ନୂଆଦିଲ୍ଲୀ, ୨୦/୦୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହେଉଥିବା ବେଳେ ଇରାନ ତା’ର ଆକାଶପଥ ବନ୍ଦ ରଖିଥିବା ବେଳେ ଭାରତ ପାଇଁ ଖୋଲିଛି ଆକାଶପଥ। ଅପରେସନ ସିନ୍ଧୁରେ ଇରାନରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥଳ ପଥ ଦେଇ ଆର୍ମେନିଆ ଆସିବା ପରେ ଆର୍ମେନିଆରୁ ନୂଆ ଦିଲ୍ଲୀ ଅଭିମୁଖେ ଆସିଥିଲେ ଭାରତୀୟ ଛାତ୍ରଛାତ୍ରୀ।

ଦ୍ୱିତୀୟ ପର୍ଯ୍ୟାୟରେ ଭାରତର ଅନୁରୋଧ ରକ୍ଷା କରି ଇରାନ ତା’ର ଆକାଶପଥ ଖୋଲା ରଖିଛି। ମଶାଦରୁ ୧୦୦୦ ଭାରତୀୟଙ୍କୁ ଆଣି ଆଜି ରାତିରେ ଆସି ନୂଆଦିଲ୍ଲୀରେ ପହଞ୍ଚିବ ମହନ ଏୟାର ଚାର୍ଟଡ ଫ୍ଲାଇଟ। ଆଜି ରାତିରେ ମହାନ ଏୟାରର ତିନୋଟି ବିମାନ ଭାରତୀୟ ଛାତ୍ରଙ୍କୁ ମଶାଦରୁ ନୂଆଦିଲ୍ଲୀ ଫେରାଇ ଆଣିବ। ପ୍ରଥମ ବିମାନ ମଶାଦରୁ ଏବଂ ଦ୍ୱିତୀୟ ବିମାନ ଆଶଗାବାତରୁ ଆସିବ। ଏହି ବିମାନଗୁଡ଼ିକରେ ଅନେକ କାଶ୍ମୀରୀ ଛାତ୍ରଛାତ୍ରୀ ଆସିବେ।

“ଆମେ ଭାରତୀୟମାନଙ୍କୁ ଆମର ନିଜର ବୋଲି ମାନିଥାଉ। ଇରାନର ଆକାଶପଥ ବନ୍ଦ ଅଛି କିନ୍ତୁ ଭାରତର ସମସ୍ୟା ଯୋଗୁଁ, ଆମେ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ଖୋଲିବା ପାଇଁ ବ୍ୟବସ୍ଥା କରୁଛୁ। “ପ୍ରଥମ ବିମାନ ଆଜି ରାତିରେ ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବ ଏବଂ ଶନିବାର ଆଉ ଦୁଇଟି ଉଡ଼ାଣ ହେବ,” ବୋଲି ଇରାନୀ ଦୂତାବାସର ମିଶନର ଉପମୁଖ୍ୟ ମହମ୍ମଦ ଜାଭାଦ ହୋସେନି ଏକ ଗଣମାଧ୍ୟମ ବ୍ରିଫିଂରେ କହିଛନ୍ତି।

ଶୁକ୍ରବାର ରାତି ୧୧ଟାରେ ଗୋଟିଏ ବିମାନ ନୂଆଦିଲ୍ଲୀରେ ପହଞ୍ଚିବାକୁ ଥିବା ବେଳେ ଶନିବାର ସକାଳ ୧୦ଟା ଓ ସନ୍ଧ୍ୟା ୪.୩୦ରେ ପହଞ୍ଚିବ।

ପ୍ରଥମ ପର୍ଯ୍ୟାୟରେ ଇରାନରୁ ସୁରକ୍ଷିତ ଭାବରେ ସ୍ଥଳ ସୀମା ଦେଇ ବାହାରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଆର୍ମେନିଆକୁ ପଠାଯାଇଥିଲା। ତା’ପରେ ଛାତ୍ରଛାତ୍ରୀମାନେ ଜୁନ୍ ୧୮ ତାରିଖ ଦିନ ୨:୫୫ ସମୟରେ ଆର୍ମେନିଆର ରାଜଧାନୀ ୟେରେଭାନରୁ ଏକ ସ୍ୱତନ୍ତ୍ର ବିମାନରେ ଚଢ଼ିଥିଲେ ଏବଂ ଗୁରୁବାର ପ୍ରତ୍ୟୁଷରେ ନୂଆ ଦିଲ୍ଲୀରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।