ଭାରତର ଆକ୍ରମଣ ଭୟାନକ ଥିବା ସ୍ୱୀକାର କଲା ପାକିସ୍ତାନ
ବ୍ରହ୍ମୋସ ମିଜାଇଲକୁ ଦେଖି ଭୟଭୀତ ହୋଇଥିଲା ପାକିସ୍ତାନ
ପରମାଣୁ ଯୁଦ୍ଧାସ୍ତ୍ର କି ନାହିଁ ଜାଣିବା ପାଇଁ ପାକିସ୍ତାନ ହାତରେ ଥିଲା ମାତ୍ର ୪୫ ସେକେଣ୍ଡ
ନୂଆଦିଲ୍ଲୀ, ୦୩/୦୭: ଅପରେସନ ସିନ୍ଦୂରରେ ପାକିସ୍ତାନ ଉପରେ କରିଥିବା ଆକ୍ରମଣର ପରିଣାମ କେତେ ଯେ ଭୟଙ୍କର ହୋଇପାରେ ତାହା କେବଳ ପାକିସ୍ତାନ ନୁହେଁ ବରଂ ସାରା ବିଶ୍ୱ ଦେଖିଥିଲା ଭାରତର ପାରିବାପଣିଆ। ଭାରତ ମାଡରେ ଚେପା ହୋଇ ଯାଇଥିଲା ପାକିସ୍ତାନ। ଭାରତର ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ, ସହ୍ୟ କରି ନ ପାରି ଭାରତ ପ୍ରତିପକ୍ଷଙ୍କୁ ଫୋନ୍ କରି ଆକ୍ରମଣ ନ କରିବା ପାଇଁ ଅନୁରୋଧ ମଧ୍ୟ କରାଯାଇଥିଲା।
ତେବେ ଏହି ଆକ୍ରମଣ ପରେ ଦିନକୁ ଦିନ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ। ପାକିସ୍ତାନ ବଖାଣୁଛି କିପରି ଥିଲା ସେହି ମୁହୂର୍ତ୍ତ। ପାକିସ୍ତାନର ଜଣେ ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଘନିଷ୍ଠ ସହଯୋଗୀ ରାଣା ସାନାଉଲ୍ଲାହ ଏକ ଗଣମାଧ୍ୟମରେ ସାକ୍ଷାତକାର ଦେବା ସମୟରେ କହିଛନ୍ତି, ଭାରତ ଦ୍ୱାରା ପ୍ରକ୍ଷେପିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରୁଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ପାକିସ୍ତାନ ସେନା ପାଖରେ ମାତ୍ର ୩୦ ରୁ ୪୫ ସେକେଣ୍ଡ ଥିଲା।
ଭାରତର “ଅପରେସନ୍ ସିନ୍ଦୁର” ସମୟରେ ବ୍ରହ୍ମୋସ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରକ୍ଷେପଣରେ ପାକିସ୍ତାନର ପ୍ରତିରକ୍ଷା ସିଷ୍ଟମକୁ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିଲା। ଯେତେବେଳେ ଭାରତ ନୁର ଖାନ ଏୟାରବେସରେ ବ୍ରହ୍ମୋସରେ ଆକ୍ରମଣ କରିଥିଲା, ପାକିସ୍ତାନର ସେନା ପାଖରେ ଏହା ପରମାଣୁ କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ମାତ୍ର କିଛି ସେକେଣ୍ଡ ଥିଲା। ତାହା ଏକ ବିପଦପୂର୍ଣ୍ଣ ପରିସ୍ଥିତି ଥିଲା ବୋଲି କହିଛନ୍ତି ଅଧିକାରୀ।
ଏହା ସହ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ମଧ୍ୟସ୍ଥତା କରିବା ପାଇଁ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯଦି ରାୱଲପିଣ୍ଡିର ଚକଲାଲାରେ ଥିବା ନୁର ଖାନ ବାୟୁସେନା ଘାଟି ଉପରେ ବ୍ରହ୍ମୋସ ମିଜାଇଲ ଦ୍ୱାରା ଭାରତର ଆକ୍ରମଣ ଏକ ସମ୍ଭାବ୍ୟ ପରମାଣୁ ସଂଘର୍ଷର ଆଶଙ୍କା ସୃଷ୍ଟି କରିଥିଲା।