ସରକାରୀ ବାସଭବନ ନଛାଡିବାର କାରଣ କହିଲେ ପୂର୍ବତନ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ
ସୁପ୍ରିମକୋର୍ଟ ପ୍ରଶାସନ ଚିଠିର ସ୍ପଷ୍ଟୀକରଣ ରଖିଲେ
ନୂଆଦିଲ୍ଲୀ, ୦୬/୦ସୁପ୍ରିମକୋର୍ଟ ପ୍ରଶାସନ ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ସରକାରୀ ବାସଭବନ ଖାଲି କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିବା ପରେ, ଜଷ୍ଟିସ୍ ଚନ୍ଦ୍ରଚୂଡ଼ ବଙ୍ଗଳାରେ ତାଙ୍କର ଦୀର୍ଘ ରହଣିର ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରତିକ୍ରିୟା ରଖିଛନ୍ତି।
ଚନ୍ଦ୍ରଚୂଡ଼ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ପରିବାରର ଆବଶ୍ୟକତା ଯୋଗୁଁ ଘର ଖାଲି କରିବାରେ ବିଳମ୍ବ ହେଉଛି। ତାଙ୍କର ଦୁ ଝିଅଙ୍କର ଜେନେଟିକ୍ ରୋଗ ନେମାଲାଇନ୍ ମାୟୋପାଥି ଅଛି, ଯେଉଁଥିପାଇଁ ସେମାନେ AIIMS ରେ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା ହେଉଛନ୍ତି। ଯାହା ଏକ “ବ୍ୟକ୍ତିଗତ ସମସ୍ୟା” ବୋଲି ସେ ସ୍ୱୀକାର କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିବାର ପାଇଁ ଉପଯୁକ୍ତ ଘର ଖୋଜିବା ପାଇଁ ସମୟ ଲାଗୁଛି। ତେଣୁ ସୁପ୍ରିମକୋର୍ଟର ବିଚାରପତି ଏବଂ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି। କିଛି ଦିନ ମଧ୍ୟରେ ସ୍ଥାନାନ୍ତରିତ ହେବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆଜି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଅବସର ପରେ ବି ସରକାରୀ ବାସଭବନ (ବଙ୍ଗଳା ନମ୍ବର ୫) କୃଷ୍ଣ ମେନନ୍ ମାର୍ଗକୁ ଖାଲି କରି ନଥିବାରୁ କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ତୁରନ୍ତ ଘର ଖାଲି କରିବାକୁ ଅନୁରୋଧ କରିଥିଲେ ସୁପ୍ରିମକୋର୍ଟ ପ୍ରଶାସନ।
ଉଲ୍ଲେଖଯୋଗ୍ୟ, ୨୦୨୨ ସୁପ୍ରିମକୋର୍ଟ ବିଚାରପତି ନିୟମର ନିୟମ 3B ଅନୁଯାୟୀ, ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅବସର ପରେ ଛଅ ମାସ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିପାରିବେ। ଜଷ୍ଟିସ ଚନ୍ଦ୍ରଚୂଡ ୫ ନଭେମ୍ବର ୨୦୨୪ରେ ଅବସର ଗ୍ରହଣ କରିଥିଲେ। ଯେଉଁ ୬ ମାସର ଅବଧି ୧୦ ମେ ୨୦୨୫ ପର୍ଯ୍ୟନ୍ତ ଥିଲା। ହେଲେ, ବଙ୍ଗଳା ନମ୍ବର ୫, କୃଷ୍ଣ ମେନନ୍ ମାର୍ଗରେ ୩୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ରହିବାକୁ ଅନୁମତି ମାଗିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ। କିନ୍ତୁ ତା’ପରେ ବି ବାସଭବନ ଖାଲି ନ କରିବାରୁ ୩୧ ମେ ୨୦୨୫ ପର୍ଯ୍ୟନ୍ତ ରହିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଥିଲା। ନୂତନ ବିଚାରପତି ମାନଙ୍କୁ ବାସଭବନ ଆବଣ୍ଟନରେ ସମସ୍ୟା ଉପୁଜୁଥିବାରୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି।