ଭୁବନେଶ୍ୱର, ୦୯/୦୭: ରାଜ୍ୟ ସରକାର ଆଇପିଏସ୍ କ୍ୟାଡରରେ ଅଦଳବଦଳ କରିଛନ୍ତି।
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (BPSPA)ର ADG ତାଲିମ ଏବଂ ନିର୍ଦ୍ଦେଶକ ତଥା ୧୯୯୪ ବ୍ୟାଚର ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ନକ୍ସଲ ବିରୋଧୀ ଅପରେସନ୍ ଏବଂ ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଏଡିଜି ଭାବରେ ନିଯୁକ୍ତ କରାଯାଇଛି।
କୋରାପୁଟର ଦକ୍ଷିଣ ପଶ୍ଚିମ ରେଞ୍ଜ (SWR) ପୋଲିସର DIG ଅଖିଳେଶ୍ୱର ସିଂହଙ୍କୁ ସ୍ୱତନ୍ତ୍ର ଗୁଇନ୍ଦା ଶାଖା (SIW) ର DIG ଭାବରେ ବଦଳି କରାଯାଇଛି।
SIW ଡିଆଇଜି ଡକ୍ଟର କନୱର ବିଶାଲ ସିଂହଙ୍କୁ SWR କୋରାପୁଟର ଦକ୍ଷିଣ ପଶ୍ଚିମ ରେଞ୍ଜ (SWR) ପୋଲିସର DIG ଭାବରେ ବଦଳି କରାଯାଇଛି।
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଅନୁପ କୁମାର ସାହୁ, IGP ଟ୍ରେନିଂ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ BPSPAର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ।