ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ପାଇଲଟଙ୍କ ସମେତ ୨ ମୃତ

ଚୁରୁ, ୦୯/୦୭: ରାଜସ୍ଥାନ ଚୁରୁରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ବୁଧବାର ରାଜସ୍ଥାନର ଚୁରୁ ଜିଲ୍ଲାର ଭାନୁଦା ଗାଁ ନିକଟରେ ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ଏହି ଦୁର୍ଘଟଣାରେ ବାୟୁସେନା ପାଇଲଟଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ବିମାନର ଭଗ୍ନାବଶେଷ ଓ ପାଇଲଟଙ୍କ ମୃତଦେହ ଏକ କ୍ଷେତରୁ ମିଳିଛି। ମୃତଦେହ ଗୁରୁତର ଭାବରେ କ୍ଷତ ବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ମୃତ ପାଇଲଟ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ସେନା ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇ ନାହିଁ।