ବିସ୍ଥାପିତଙ୍କଠାରୁ ଲାଞ୍ଚ ନେଉଥିଲେ MCL ଚିଫ୍ ଜେନେରାଲ ମ୍ୟାନେଜର

ଉଠାଇ ନେଲା CBI

ଭୁବନେଶ୍ୱର, ୧୦/୦୭: ଏମସିଏଲ ଚିଫ୍ ଜେନେରାଲ ମ୍ୟାନେଜରଙ୍କୁ ଲାଞ୍ଚ ନେଲା ବେଳେ ଧରିଛି ସିବିଆଇ। ଏମ୍‌ସିଏଲ୍‌ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା ଏରିଆ ମୁଖ୍ୟ ପ୍ରବନ୍ଧକ (ଖଣି) ତଥା ଝୁପୁରଙ୍ଗା-ତୁମୁଲିଆ ପ୍ରୋଜେକ୍ଟର ଡିସଭର୍ସମେଣ୍ଟ ସେଲର ମୁଖ୍ୟ ଅଖିଳେଶ କୁମାର ବର୍ମାଙ୍କୁ ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା ସିବିଆଇ। ଅଖିଲେଶ ବର୍ମା ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ସିବିଆଇ।

ବିସ୍ଥାପିତଙ୍କୁ ମିଳୁଥିବା ପୁନର୍ବାସ ଟଙ୍କା ରିଲିଜ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀଙ୍କ ଠାରୁ ସେ ପୂର୍ବରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ୨୦ ହଜାର ଟଙ୍କା ନେଲା ବେଳେ ମାଡ଼ି ବସିଥିଲା ସିବିଆଇ। ତାଙ୍କୁ ଆଜି ସିବିଆଇ କୋର୍ଟକୁ ଚାଲାଣ କରାଯାଇଛି। ସିବିଆଇ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।