ପୁରୀ, ୧୨/୦୭: ପୁରୀ ଜିଲ୍ଲାର ପିପିଲି ଏବଂ ଡେଲାଙ୍ଗ ଅଞ୍ଚଳରେ କୁକୁଡାଙ୍କର ନମୁନା ପରୀକ୍ଷା କରାଯିବା ପରେ ବାର୍ଡ ଫ୍ଲୁ ବା ଏଭିଆନ୍ ଇନଫ୍ଲୁଏଞ୍ଜା ନିଶ୍ଚିତ ହୋଇଛି। H5N1 ଏଭିଆନ୍ ଇନଫ୍ଲୁଏଞ୍ଜା ପାଇଁ ପରୀକ୍ଷା ହୋଇଥିବା ନମୁନାରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ହୋଇଛି।
ଡେଲାଙ୍ଗର ବଡ଼ ଆଙ୍କୁଲା ଗାଁ ଏଭିଆନ୍ ଭାଇରସର କେନ୍ଦ୍ରସ୍ଥଳ ପାଲଟିଛି। ଏଭିଆନ୍ ଭାଇରସ ନିୟନ୍ତ୍ରଣ ପାଇଁ ୧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ପକ୍ଷୀମାନଙ୍କୁ ହତ୍ୟା କରାଯିବ। ସେହିପରି, ହତ୍ୟା କେନ୍ଦ୍ରରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳ ଉପରେ କଡ଼ା ନଜର ରଖାଯିବ। ଏହି ୧୦ କିଲୋମିଟରରେ ଥିବା କୁକୁଡ଼ା ଦୋକାନଗୁଡ଼ିକୁ ମଧ୍ୟ ବନ୍ଦ କରାଯିବ।
ସୂଚନା ଅନୁଯାୟୀ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ାଙ୍କୁ ହତ୍ୟା କରାଯିବ। ପୁରୀ ଜିଲ୍ଲାର ସତ୍ୟବାଦୀ, ନିମାପଡ଼ା, ପିପିଲିର ଡେଲାନାଗାର କୁକୁଡ଼ା ଚାଷୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।