ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଆସିଲା AAIB ତଦନ୍ତ ରିପୋର୍ଟ

ଦୁଇ ପାଇଲଟଙ୍କ ବାର୍ତ୍ତାଳାପ ରେକର୍ଡରୁ ମିଳିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ, ୧୨/୦୭: ଗତ ଜୁନ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ କରିଛି ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB)। ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକକୁ ଅଭିମୁଖେ ଯାଉଥିବା ବିମାନ ଉଡାଣ ପରିବାର ମାତ୍ର କିଛି ସେକେଣ୍ଡ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା।

AAIB ରିପୋର୍ଟରେ ପ୍ରକାଶ‌ ପାଇଛି ଯେ, ଉଡାଣ ଭରିବାର ମାତ୍ର କିଛି ସେକେଣ୍ଡ ଭିତରେ ହିଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବ୍ଲାକ ବକ୍ସରେ କକପିଟ୍ ଆଲୋଚନା ବେଳର କଥାବାର୍ତ୍ତା ରେକର୍ଡ ହୋଇଛି‌। ଏଥିରେ ରେକର୍ଡ ହୋଇଥିବା ତଥ୍ୟ ମୁତାବକ, ଜଣେ ପାଇଲଟ ପଚାରୁଛନ୍ତି ଯେ, ତୁମେ କାହିଁକି ଇନ୍ଧନ କାଟି ଦେଲ? ଅନ୍ୟ ଜଣେ ପାଇଲଟ ଉତ୍ତର ଦେଉଛନ୍ତି ଯେ, ମୁଁ ଏପରି କରିନାହିଁ। ତେଣୁ ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ଦୁଇଟି ଇଞ୍ଜିନ N1 ଓ N2 କୁ ଇନ୍ଧନ ନ ପହଞ୍ଚି ପାରିବାରୁ ହଠାତ୍ ବିମାନର ଗତି ହ୍ରାସ ପାଇଥିଲା ଏବଂ ଦୁର୍ଘଟଣା ଘଟିଥିଲା। ଇଞ୍ଜିନ କୁ ଇନ୍ଧନ ନ ପହଞ୍ଚି ପାରିବାରୁ ଦ୍ବନ୍ଦରେ ପଡି ଯାଇଥିଲେ ଦୁଇ ପାଇଲଟ। କିଛି ବୁଝିବା ଆଗରୁ ହିଁ ହଠାତ୍ ଦୁର୍ଘଟଣା ଘଟିଥିଲା ବୋଲି ରିପୋର୍ଟରେ ପ୍ରକାଶ‌ ପାଇଛି।