ବସ୍ତର, ୧୨/୦୭: ମାଓବାଦୀ ସଂଗଠନକୁ ବଡ଼ ଝଟକା। ନକ୍ସଲ ବିରୋଧୀ ଅଭିଯାନକୁ ଏକ ବଗ ସଫଳତା ମିଳିଛି। ଶନିବାର ଛତିଶଗଡ଼ର ବସ୍ତର ଡିଭିଜନର ସୁକମା ଜିଲ୍ଲାରେ ପୋଲିସ ଏବଂ ସିଆରପିଏଫ ସମ୍ମୁଖରେ ୧.୧୮ କୋଟି ଟଙ୍କାର ପୁରସ୍କାର ରାଶି ବହନ କରିଥିବା ୨୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୨୦୧୨ ମସିହାରେ ସୁକମା କଲେକ୍ଟରଙ୍କ ଅପହରଣରେ ଜଡିତ ଜଣେ ବରିଷ୍ଠ ରାଙ୍କ କ୍ୟାଡର ଏବଂ ଭୟଙ୍କର ମାଓ କମାଣ୍ଡର ହିଡମାର ଜଣେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା କ୍ୟାଡରମାନଙ୍କ ମଧ୍ୟରେ ନଅ ଜଣ ମହିଳା ଏବଂ ତିନି ଜଣ ଦମ୍ପତି ଏବଂ ପିଏଲଜିଏ ବାଟାଲିୟନର ଉଚ୍ଚପଦସ୍ଥ ସଦସ୍ୟ ଅଛନ୍ତି। ଆତ୍ମସମର୍ପଣ କରିଥିବା କିଛି ମାଓବାଦୀ ଛତିଶଗଡ଼-ଓଡ଼ିଶା ସୀମାରେ ସକ୍ରିୟ ଥିଲେ।
Prev Post
Next Post