ଭୁବନେଶ୍ୱର, ୧୨/୦୭: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଶନିବାର ଦିନ ବଡ଼ ଘୋଷଣା କରିଛନ୍ତି। ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଆଗାମୀ ପିଢିଙ୍କୁ ସୁଯୋଗ ଦେବେ। କିନ୍ତୁ ଦଳ ପାଇଁ ସାଂଗଠନିକ କାର୍ଯ୍ୟ କରିବେ।
ମୁଁ ଆଠ ଥର ସାଂସଦ ଭାବରେ ଏବଂ ଦୁଇ ଥର ବିଧାୟକ ଭାବରେ କାର୍ଯ୍ୟ କରିଛି। ମୋର ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବାରେ କୌଣସି ବ୍ୟକ୍ତିଗତ ଆଗ୍ରହ ନାହିଁ। ଯୁବପିଢ଼ିଙ୍କୁ ସୁଯୋଗ ଦେବାର ସମୟ ଆସିଛି। କିନ୍ତୁ ଯଦି ଦଳ ମୋତେ ନିର୍ଦ୍ଦେଶ ଦିଏ, ତେବେ ମୁଁ ଏହାକୁ ସମ୍ମାନ କରି ପ୍ରତିଦ୍ୱନ୍ଦ୍ୱିତା କରିବି ବୋଲି କହିଛନ୍ତି।