ବାଲେଶ୍ବର, ୧୫/୦୭: ପଞ୍ଚଭୂତରେ ବିଲୀନ ହେଲେ ଏଫଏମ ଛାତ୍ରୀ ସୌମ୍ୟା ଶ୍ରୀ ବିଶି। ବାଲେଶ୍ୱରର ଭୋଗରାଇ ସ୍ଥିତ ଗାଁରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ସୌମ୍ୟାଶ୍ରୀଙ୍କ ଶେଷ ଯାତ୍ରାରେ ହଜାର ହଜାର ଲୋକ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି। ସୌମ୍ୟାଶ୍ରୀଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡ଼ିଥିଲ ପୂରା ପରିବେଶ।
ଗତ କାଲି ରାତି ୧୧ଟା ୪୬ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଏହା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।