ଆୟର୍ଲ୍ୟାଣ୍ଡରେ ଭାରତୀୟଙ୍କୁ ଆକ୍ରମଣ

ଏସୀୟ ଓ ଆଫ୍ରିକୀୟ ନାଗରିକଙ୍କୁ ଟାର୍ଗେଟ!

ନୂଆଦିଲ୍ଲୀ, ୨୨/୦୭: ଗତ ସପ୍ତାହରେ ଆୟର୍ଲ୍ୟାଣ୍ଡର ଡବଲିନରେ ଜଣେ ଭାରତୀୟ ନାଗରିକଙ୍କୁ କିଛି ଗୋଷ୍ଠୀ ଦ୍ୱାରା ନିର୍ମମ ଆକ୍ରମଣ କରାଯିବା ପରେ ଆୟର୍ଲ୍ୟାଣ୍ଡରେ ଥିବା ଭାରତୀୟ ଦୂତାବାସ ଆୟର୍ଲ୍ୟାଣ୍ଡ କର୍ତ୍ତୃପକ୍ଷ ଏବଂ ଭାରତୀୟ ନାଗରିକ କମ୍ୟୁନିଟି ସହିତ ଯୋଗାଯୋଗ କରିଛି ବୋଲି ଭାରତର ରାଷ୍ଟ୍ରଦୂତ ଅଖିଳେଶ ମିଶ୍ର କହିଛନ୍ତି।

“ଏହି ଭୟଙ୍କର ଆକ୍ରମଣ ସ୍ଥାନୀୟ ଭାରତୀୟ ସମ୍ପ୍ରଦାୟରେ ବ୍ୟାପକ ଚିନ୍ତା ଏବଂ ଭୟ ସୃଷ୍ଟି କରିଛି। ଦୂତାବାସ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ସହିତ, ଭାରତୀୟ କମ୍ୟୁନିଟି ସହିତ ଯୋଗାଯୋଗରେ ଅଛି ଏବଂ ବିଭିନ୍ନ ଆଇରିଶ କର୍ତ୍ତୃପକ୍ଷଙ୍କ ସହିତ ଏହି ମାମଲା ଉଠାଇଛି,” ରାଷ୍ଟ୍ରଦୂତ ମିଶ୍ର ଡବଲିନରୁ ଫୋନରେ ସୂଚନା ଦେଇ କହିଛନ୍ତି। ଅଖିଳେଶ ମିଶ୍ର କହିଛନ୍ତି ଯେ, ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ଚିକିତ୍ସା କରାଯାଉଛି।

ସୂଚନାଯୋଗ୍ୟ, ଚାଳିଶ ବର୍ଷ ବୟସର ଉକ୍ତ ଯୁବକ ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଆୟର୍ଲ୍ୟାଣ୍ଡରେ ପହଞ୍ଚିଥିଲେ, ସେଠାରେ ଭାରତୀୟ ଏବଂ ଅନ୍ୟାନ୍ୟ ଏସୀୟ ଏବଂ ଆଫ୍ରିକୀୟ ଦେଶରୁ ଆସୁଥିବା ନାଗରିକଙ୍କ ଉପରେ ଆକ୍ରମଣ ଆୟର୍ଲ୍ୟାଣ୍ଡରେ ବୃଦ୍ଧି ପାଉଛି। “ପୂର୍ବରୁ ଆୟର୍ଲ୍ୟାଣ୍ଡ ଅସୁରକ୍ଷିତ ନଥିଲା, କିନ୍ତୁ ଗତ ତିନି ବର୍ଷ ମଧ୍ୟରେ, ବିଦେଶୀମାନଙ୍କୁ ଟାର୍ଗେଟ କରୁଥିବା ହିଂସାତ୍ମକ ଜାତିଭେଦବାଦୀ ଗୋଷ୍ଠୀର ବୃଦ୍ଧି ଯୋଗୁଁ ପରିସ୍ଥିତି ପରିବର୍ତ୍ତନ ହୋଇଛି ବୋଲି ଜଣା ପଡିଛି।

ଆୟର୍ଲ୍ୟାଣ୍ଡରେ ପ୍ରାୟ ଏକ ଲକ୍ଷ ଭାରତୀୟ ଅଛନ୍ତି ଯେଉଁମାନେ ଆୟର୍ଲ୍ୟାଣ୍ଡ ଅର୍ଥନୀତିର ଉଚ୍ଚ-ଆୟ ବର୍ଗର ଅଂଶ। ବିଦେଶୀଙ୍କ ବିରୁଦ୍ଧରେ ଜାତିଭେଦ ଆକ୍ରମଣରେ ସାମ୍ପ୍ରତିକ ବୃଦ୍ଧି ପ୍ରବାସୀ ଭାରତୀୟ ସମ୍ପ୍ରଦାୟର ଚିନ୍ତା ସୃଷ୍ଟି କରିଛି।