ନୂଆଦିଲ୍ଲୀ, ୨୨/୦୭: ଦିଲ୍ଲୀ ବିମାନବନ୍ଦରରେ ମଙ୍ଗଳବାର ଅପରାହ୍ନରେ ଏୟାର ଇଣ୍ଡିଆର ଏକ ବିମାନ ଅବତରଣ କରିବା ପରେ ବିମାନର ଅକ୍ସିଲିଆରୀ ପାୱାର ଯୁନିଟ (ଏପିୟୁ)ରେ ନିଆଁ ଲାଗି ଯାଇଥିଲା। କିନ୍ତୁ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।
“୨୨ ଜୁଲାଇ ୨୦୨୫ରେ ହଂକଂରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଫ୍ଲାଇଟ AI315 ବିମାନଟି ଅବତରଣ କରି ଗେଟରେ ପାର୍କ କରିବା ପରେ ଏପିୟୁରେ ନିଆଁ ଲାଗିଥିଲା। ଯାତ୍ରୀମାନେ ଓହ୍ଲାଇବା ଆରମ୍ଭ କରିଥିବା ସମୟରେ ଏହି ଘଟଣା ଘଟିଥିଲା, ଏବଂ ସିଷ୍ଟମ ଡିଜାଇନ ଅନୁଯାୟୀ ଏପିୟୁ ସ୍ୱୟଂଚାଳିତ ଭାବେ ବନ୍ଦ ହୋଇଯାଇଥିଲା,” ବୋଲି ଏୟାରଲାଇନର ଜଣେ ମୁଖପାତ୍ର ଏକ ବିବୃତିରେ କହିଛନ୍ତି।
ମୁଖପାତ୍ର କହିଛନ୍ତି ଯେ ବିମାନରେ କିଛି କ୍ଷତି ହୋଇଛି, କିନ୍ତୁ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ନିରାପଦରେ ଓହ୍ଲାଇଛନ୍ତି ଏବଂ ସୁରକ୍ଷିତ ଅଛନ୍ତି।