ବାଲେଶ୍ବର ଛାତ୍ରୀ ଆତ୍ମାହୂତି ‘ପ୍ରତିଷ୍ଠାନିକ ହତ୍ୟା’: ସୁପ୍ରିମକୋର୍ଟ

ସରକାର ପଦକ୍ଷେପ ନେଇନଥିବାରୁ ବ୍ୟବସ୍ଥାକୁ ଦାୟୀ କଲେ ସୁପ୍ରିମକୋର୍ଟ

‘ଆମେ ଲଜ୍ଜିତ, ଏବେ ବି ଏଭଳି ଘଟଣା ଘଟୁଛି’

ନୂଆଦିଲ୍ଲୀ, ୨୨/୦୭: ବାଲେଶ୍ୱରରେ ବି.ଏଡ୍ ଛାତ୍ରୀ ନିର୍ଯାତନା ଅଭିଯୋଗ ଆଣିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନହେବା କାରଣରୁ ଆତ୍ମହତ୍ୟା ଘଟଣାକୁ “ଲଜ୍ଜାଜନକ” ବୋଲି କହିଛନ୍ତି ସୁପ୍ରିମ୍ କୋର୍ଟ। ଉଚ୍ଚତମ ନ୍ୟାୟାଳୟ ସ୍କୂଲ ଛାତ୍ରୀ, ଗୃହିଣୀ ଏବଂ ଗ୍ରାମାଞ୍ଚଳର ଶିଶୁମାନଙ୍କୁ ସଶକ୍ତ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇପାରେ ସେ ନେଇ ପରାମର୍ଶ ମାଗିଛନ୍ତି।

ସୁପ୍ରିମ୍ କୋର୍ଟ ମହିଳା ଆଇନଜୀବୀ ସଂଘର ଓକିଲ ଏହି ଘଟଣାକୁ ଉଚ୍ଚନ୍ୟାୟାଳୟର ଧ୍ୟାନକୁ ଆଣିବା ପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, “ଆମେ ଲଜ୍ଜିତ ଏବଂ ଏହା ଦୁର୍ଭାଗ୍ୟଜନକ ଯେ ଏପରି ଘଟଣା ଏବେ ବି ଘଟୁଛି। ଏହା ପ୍ରତିଦ୍ୱନ୍ଦ୍ୱୀ ମୋକଦ୍ଦମା ନୁହେ। ଆମେ କେନ୍ଦ୍ର ଏବଂ ସମସ୍ତ ପକ୍ଷଙ୍କଠାରୁ ପରାମର୍ଶ ଚାହୁଁଛୁ। ଆମେ ସମସ୍ତଙ୍କଠାରୁ ପରାମର୍ଶ ଚାହୁଁଛୁ ଯେ ଯେଉଁମାନେ ସବୁଠାରୁ ଅସୁରକ୍ଷିତ ଏବଂ ସ୍ୱରହୀନ ଯେପରିକି ସ୍କୁଲ ଛାତ୍ରୀ, ଗୃହିଣୀ ଏବଂ ଗ୍ରାମାଞ୍ଚଳର ଶିଶୁ (ନାବାଳିକା) ମାନଙ୍କୁ କିପରି ସଶକ୍ତ କରାଯାଇ ପାରିବ ସେ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ପଦକ୍ଷେପର ପରାମର୍ଶ ଦିଅନ୍ତୁ।”

ଖଣ୍ଡପୀଠ ମହିଳା, ଶିଶୁ ଏବଂ ତୃତୀୟ ଲିଙ୍ଗୀଙ୍କ ପାଇଁ ନିରାପଦ ପରିବେଶ ପାଇଁ ପାନ-ଇଣ୍ଡିଆ ନିର୍ଦ୍ଦେଶନାମାର ଏକ ଆବେଦନ ଶୁଣାଣି ସମୟରେ, ବରିଷ୍ଠ ଓକିଲ ମହାଲକ୍ଷ୍ମୀ ପାଭାନୀ କହିଥିଲେ ଯେ “ପରିବର୍ତ୍ତନ ପାଇଁ ଏକ ବିପର୍ଯ୍ୟୟ ଆବଶ୍ୟକ”।

ବାଲେଶ୍ଵର ଆତ୍ମହୁତି ମାମଲାରେ, ପାଭାନୀ କହିଥିଲେ ଯେ ପୀଡ଼ିତା ହେଲ୍ପଲାଇନକୁ ଫୋନ କରିଥିଲେ କିନ୍ତୁ କୌଣସି ସାହାଯ୍ୟ ପାଇନଥିଲେ। ସରକାରଙ୍କୁ ମଧ୍ୟ ସାହାଯ୍ୟ ମାଗିଥିଲେ। କିନ୍ତୁ କିଛି ପଦକ୍ଷେପ ନିଆ ଯାଇନଥିଲା। ତେଣୁ ଏହା ଏକ “ପ୍ରତିଷ୍ଠାନିକ ହତ୍ୟା”। କାରଣ କୌଣସି ବ୍ୟବସ୍ଥାଗତ ପଦକ୍ଷେପ ନିଆ ଯାଇନଥିଲା।

ପାଭାନୀ ଆହୁରି କହିଥିଲେ ଯେ ଯୌନ ନିର୍ଯାତନା ବିରୋଧରେ ଥିବା ଆଇନ ଏବଂ ଅଭିଯୋଗ କରିବା ପାଇଁ ଉପଲବ୍ଧ ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯାଉ ନାହିଁ। ଅନଲାଇନ ମାଧ୍ୟମରେ କିପରି ଅଭିଯୋଗ ହେବ, ସେ ନେଇ ଜାଣୁ ନଥିବା ଲୋକ ଅସହାୟ ହୋଇ ପଡୁଛନ୍ତି। ନିର୍ଯାତିତା ମହିଳାମାନେ ହେଲ୍ପଲାଇନକୁ ଫୋନ କଲେ ପୁଲିସଠାରୁ ସାହାଯ୍ୟ ପାଇବା ବଦଳରେ ପୋଲିସ ସେମାନଙ୍କୁ ନୈତିକ ଉପଦେଶ ଶୁଣାନ୍ତି। ତେଣୁ ଏହା ପ୍ରତିଷ୍ଠାନିକ ବିଫଳତା।

ଅତିରିକ୍ତ ସଲିସିଟର ଜେନେରାଲ ବିକ୍ରମଜିତ ବାନାର୍ଜୀ ନ୍ୟାୟାଳୟକୁ କହିଥିଲେ ଯେ ଯୌନ ଅପରାଧୀମାନଙ୍କର ଏକ ଜାତୀୟ ଡାଟାବେସ ତିଆରି କରାଯାଇଛି। ପାଭାନୀ କୋଲକାତା ଗଣଦୁଷ୍କର୍ମ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।