ଭିସୁଟରେ ନୂଆ ଡ୍ରେସ୍ କୋଡ୍

ଛାତ୍ରୀଙ୍କୁ ଓଢ଼ଣୀ ମନା

ସମ୍ବଲପୁର, ୧୪/୮: ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟ ବା ଭିସୁଟ୍ ପାଇଁ ଲାଗୁ ହେଲା ନୂଆ ଡ୍ରେସ୍ କୋଡ୍। ଏନେଇ କୁଳପତିଙ୍କ ନିର୍ଦ୍ଦେଶ କ୍ରମେ କୁଳସଚିବ ବିଜ୍ଞପ୍ତି ଜାରି କରିଛନ୍ତି। ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ୍ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ ବ୍ୟବସ୍ଥା ହୋଇଛି।

ବିଜ୍ଞପ୍ତି ଅନୁସାରେ ଏଣିକି ଛାତ୍ରମାନେ ସ୍କାଏ ବ୍ଲୁ ରଙ୍ଗର ସାର୍ଟ ଏବଂ ନେଭି ବ୍ଲୁ ରଙ୍ଗର ପ୍ୟାଣ୍ଟ ପିନ୍ଧିବେ। ସେହିପରି ଛାତ୍ରୀ ମାନେ ସମାନ ରଙ୍ଗର ଶାଲୱାର-କମିଜ ଓ ୱେଷ୍ଟକୋଟ୍ ପିନ୍ଧିବେ। ତେବେ ସୁରକ୍ଷା କାରଣରୁ ଦୁପଟା ପରିଧାନକୁ ଅନୁମତି ମିଳିନାହିଁ। ଅଗଷ୍ଟ, ଶେଷ ସୁଦ୍ଧା ନୂଆ ଡ୍ରେସକୋଡ୍ ଅନୁସରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।