ମାଲକାନଗିରି, ୩୦/୮: ଛତିଶଗଡ଼ ବିଜାପୁରରେ ଜଣେ ଶିକ୍ଷାଦୂତଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ। ମାଲକାନଗିରି ସୀମାନ୍ତ ଗଂଗାଲୁର ଥାନା ନେନ୍ଦ୍ରା ଠାରେ ଏକ ସ୍କୁଲ ପରିଚାଳନା କରୁଥିବା ଜଣେ ଶିକ୍ଷାଦୂତ କଲ୍ଲୁ ତାତି ଙ୍କୁ ପ୍ରଥମେ ଅପହରଣ କରି ନେବା ପରେ ହତ୍ୟା କରିଛନ୍ତି ମାଓବାଦୀ।
ମିଳିଥିବା ସୂଚନା ଅନୁଯାୟୀ, ସେ ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷାଦୂତଙ୍କୁ ଅପହରଣ କରିଥିଲେ ନକ୍ସଲ। ଏହା ପରେ ତାଙ୍କୁ ହତ୍ୟା କରିଥିଲେ।
ବନ୍ଦ ସ୍କୁଲ ପୁନର୍ବାର ଖୋଲିବା ପରେ ଏଯାବତ୍ ୯ ଶିକ୍ଷାଦୂତଙ୍କୁ ହତ୍ୟା କଲେଣି ନକ୍ସଲ। ୯ ଶିକ୍ଷାଦୂତଙ୍କ ମଧ୍ୟରୁ ବିଜାପୁର ଜିଲ୍ଲାରେ ୫ ଜଣଙ୍କୁ ହତ୍ୟା କରାଯାଇଛି।