ରାଜ୍ୟରେ ଥମିବାର ନା ଧରୁନି ଧଳାଜହର କାରବାର, ପୁଣି ଜବତ ହେଲା ୬୦ ଗ୍ରାମ୍‌ ବ୍ରାଉନ ସୁଗାର

ରାଜ୍ୟରେ ଥମିବାର ନା ଧରୁନି ଧଳା ଜହର କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଧଳା ଜହର ଜବତ କରାଯାଉଛି। ସେହିପରି ନୀଳଗିରି ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଏବେ ଧଳାଜହର କାରବାର ବଢ଼ିବାରେ ଲାଗିଛି।

ରାଜ୍ୟରେ ଥମିବାର ନା ଧରୁନି ଧଳା ଜହର କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଧଳା ଜହର ଜବତ କରାଯାଉଛି। ସେହିପରି ନୀଳଗିରି ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଏବେ ଧଳାଜହର କାରବାର ବଢ଼ିବାରେ ଲାଗିଛି।

ନୀଳଗିରି: ରାଜ୍ୟରେ ଥମିବାର ନା ଧରୁନି ଧଳା ଜହର କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଧଳା ଜହର ଜବତ କରାଯାଉଛି। ସେହିପରି ନୀଳଗିରି ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଏବେ ଧଳାଜହର କାରବାର ବଢ଼ିବାରେ ଲାଗିଛି।

ତେବେ ଆଜି ବାଲେଶ୍ଵର ଅବକାରୀ ମୋବାଇଲ ସ୍କ୍ୱାଡ ଓଲଡ଼ଙ୍ଗ ଅଞ୍ଚଳରୁ ହେବା ସହ ଜଣେ ଯୁବକଙ୍କୁ ଗିରଫ କରିବା ସହ ୬୦ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରିଛି। କିଛି ମାସ ପରେ ପୁଣି ଧଳା ଜହାର କାରବାର ଧରା ପଡିଛି ।

ସୂଚନା ଅନୁସାରେ, ନୀଳଗିରି ଥାନା ଓ ଅବକାରୀ କାର୍ଯ୍ୟାଳୟ ଠାରୁ ୩ କି.ମି. ଦୂରରେ ଓଲଡଙ୍ଗ ଗାଁର ନରେନ୍ଦ୍ର ସାମଲକୁ ବାଲେଶ୍ଵର ଅବକାରୀ ମୋବାଇଲ ସ୍କୁୱାର୍ଡ ଟିମ ଗିରଫ କରିଛି। ଗୁରୁବାର ଅଚାନକ ନୀଳଗିରି ଓଲଡଙ୍ଗ ଗାଁରେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିଛି ମୋବାଇଲ ସ୍କ୍ୱାଡ।