କରୋନା ଆକ୍ରାନ୍ତ ହୋଇଥିବା ପିଲାଙ୍କଠାରେ ୨ ମାସ ପର୍ଯ୍ୟନ୍ତ ରହିବ ସଂକ୍ରମଣ: ରିପୋର୍ଟ

କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ପିଲାଙ୍କଠାରେ ୨ ମାସ ପର୍ଯ୍ୟନ୍ତ ସଂକ୍ରମଣ ରହିବ। ଏନେଇ ‘ଦି ଲାନ୍‌ସେଟ୍‌ ଚାଇଲ୍‌ଡ୍‌ ଆଣ୍ଡ୍‌ ଆଡୋଲେସେଣ୍ଟ୍‌ ହେଲ୍‌ଥ୍‌ ଜର୍ଣ୍ଣାଲ୍‌’ରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡ଼ିଛି। ୦-୧୪ ବର୍ଷ ବୟସର ପିଲାଙ୍କଠାରେ ଦେଖା ଦେଇଥିବା କୋଭିଡ୍‌-୧୯ ଲକ୍ଷଣ ଉପରେ କରାଯାଇଥିବା ଉକ୍ତ ଅଧ୍ୟୟନରେ ଡେନ୍‌ମାର୍କରେ ସଂଗୃହୀତ ଜାତୀୟସ୍ତରର ନମୁନା ବ୍ୟବହୃତ ହୋଇଥିଲା।

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ପିଲାଙ୍କଠାରେ ୨ ମାସ ପର୍ଯ୍ୟନ୍ତ ସଂକ୍ରମଣ ରହିବ। ଏନେଇ ‘ଦି ଲାନ୍‌ସେଟ୍‌ ଚାଇଲ୍‌ଡ୍‌ ଆଣ୍ଡ୍‌ ଆଡୋଲେସେଣ୍ଟ୍‌ ହେଲ୍‌ଥ୍‌ ଜର୍ଣ୍ଣାଲ୍‌’ରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡ଼ିଛି। ୦-୧୪ ବର୍ଷ ବୟସର ପିଲାଙ୍କଠାରେ ଦେଖା ଦେଇଥିବା କୋଭିଡ୍‌-୧୯ ଲକ୍ଷଣ ଉପରେ କରାଯାଇଥିବା ଉକ୍ତ ଅଧ୍ୟୟନରେ ଡେନ୍‌ମାର୍କରେ ସଂଗୃହୀତ ଜାତୀୟସ୍ତରର ନମୁନା ବ୍ୟବହୃତ ହୋଇଥିଲା।

ଡେନ୍‌ମାର୍କସ୍ଥିତ ‘କୋପେନ୍‌ହେଗେନ୍‌ ୟୁନିଭର୍ସିଟି ହସ୍ପିଟାଲ୍‌’ର ପ୍ରଫେସର୍‌ ସେଲିନା କିକେନ୍‌ବୋର୍ଗ ବର୍ଗ କହିଛନ୍ତି ଯେ, ଅଧ୍ୟୟନର ସାଧାରଣ ଉଦ୍ଦେଶ୍ୟ ଥିଲା ପିଲା ଏବଂ କଅଁଳାପିଲାଙ୍କ ଶରୀରେ କେତେ ଦିନ ଧରି ଲକ୍ଷଣ ଦେଖାଯାଉଛି, ତାହା ନିର୍ଦ୍ଧାରଣ କରିବା।

ଏହା ସହିତ, ସେମାନଙ୍କ ଜୀବନଯାପନର ମାନ, ସ୍କୁଲ୍‌ ଅଥବା ‘ଡେ କୟୋର୍‌’ରେ ସେମାନଙ୍କ ଅନୁପସ୍ଥିତି ଆଦି ଉପରେ ବି ଅଧ୍ୟୟନ କରାଯାଇଥିଲା। ତେବେ ଅଧ୍ୟୟନରୁ ଜଣାପଡ଼ିଲା ଯେ, କୋଭିଡ୍‌-୧୯ଦ୍ବାରା ସଂକ୍ରମିତ ହୋଇ ନ ଥିବା ପିଲାମାନଙ୍କ ଅପେକ୍ଷା କୋଭିଡ୍‌-୧୯ଦ୍ବାରା ସଂକ୍ରମିତ ପିଲାମାନଙ୍କଠାରେ ଲକ୍ଷଣ ସବୁ ଦୀର୍ଘ ଦିନ ରହୁଛି।