କଟକ, ୧୬/୯: ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥ ହୋଇ ସେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫୁସଫୁସ ଜନିତ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫୁସଫୁସରେ ସଂକ୍ରମଣ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।
ବୁଦ୍ଧାଦିତ୍ୟ ନିଜର ସ୍ୱାସ୍ଥ୍ୟବସ୍ଥା ବିଷୟରେ ଏକ ଅଡିଓ ଜାରି କରି କହିଛନ୍ତି ଯେ, ୫ ଦିନ ଧରି ଅସୁସ୍ଥ ଥିଲି। ମୋତେ ଜ୍ୱର ଓ କାଶ ହେଉଥିଲା। ଘରେ ଷ୍ଟେରଏଡ ଓ ନେବୁଲାଇଜେସନ ନେଉଥିଲି। ପ୍ରବଳ କାଶ ହେଲା, ଭଲ ହେଲା ନାହିଁ। ୪/୫ ଦିନ ପର୍ଯ୍ୟନ୍ତ ଭଲ ହୋଇନାହିଁ। ଦେହ ଭଲ ନ ହେବାରୁ ଗତ କାଲି ହସ୍ପିଟାଲରେ ଆଡମିଟ୍ ହେଲି। ସିଟି ସ୍କାନରୁ ଜଣାପଡ଼ିଛି, କ୍ରୋନିକ୍ ଲଙ୍ଗସ ଇନଫେକ୍ସନ ହୋଇଛି।
ବୁଦ୍ଧାଦିତ୍ୟଙ୍କ ଚିକିତ୍ସା କରୁଥିବା ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର ସମ୍ପଦ ଦାସ କହିଛନ୍ତି ଯେ, କୌଣସି ଗୁରୁତର ରୋଗରେ ବୁଦ୍ଧାଦିତ୍ୟ ଆକ୍ରାନ୍ତ ହୋଇ ନାହାନ୍ତି। କାଶ ଓ ଛାତିରେ କଫ ଜମିବା ଯୋଗୁଁ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କର ସମସ୍ତ ପ୍ରକାର ଟେଷ୍ଟ କରାଯାଇଛି। ତାଙ଼କ ଶରୀରର କୌଣସି ଅଙ୍ଗ ଖରାପ ହୋଇନାହିଁ। କାଶ କଫ ଯୋଗୁଁ ଯାହା ସାମୟିକ ସଂକ୍ରମଣ ହେବା କଥା ତାହା ହିଁ ହୋଇଛି। ତାଙ୍କୁ ନର୍ମାଲ ଅବଜରଭେସନରେ ରଖାଯାଇଛି। ଆଉ ୨/୩ ଦିନ ମଧ୍ୟରେ ଡିସଚାର୍ଜ କରି ଦିଆଯିବ।