ସୁସ୍ଥ ହେଉଛନ୍ତି ବୁଦ୍ଧାଦିତ୍ୟ

ହସ୍ପିଟାଲରେ ଭେଟିଲେ ଅଭିନେତା ଶ୍ରୀତମ ଦାସ

କଟକ, ୧୭/୯: ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ତାଙ୍କୁ ସେପ୍ଟେମ୍ବର ୧୬ ତାରିଖରେ ଫୁସଫୁସ ସଂକ୍ରମଣ ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଏହା ଏକ ଛୋଟ ସଂକ୍ରମଣ ହୋଇଥିବାରୁ ଚିନ୍ତା କରିବାର କିଛି ନାହିଁ। ସମସ୍ତ ଆବଶ୍ୟକୀୟ ପରୀକ୍ଷା କରାଯାଇଛି ଏବଂ ରିପୋର୍ଟରୁ ଜଣାପଡୁଛି ଯେ ତାଙ୍କର କୌଣସି ବଡ଼ ରୋଗ ନାହିଁ। ସେ କୌଣସି ବଡ଼ ରୋଗରେ ପୀଡିତ ନାହାନ୍ତି।

ତାଙ୍କୁ ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ ଏବଂ ଡ଼ାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଡିସଚାର୍ଜ କରାଯିବ।

ଅଭିନେତା ଶ୍ରୀତମ ଦାସ ହସ୍ପିଟାଲରେ ବୁଦ୍ଧାଦିତ୍ୟଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ।