ଆସିଲା ସମ୍ୱଲପୁର ହାତୀ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ

ହାତୀ ମୃତ୍ୟୁକୁ ନେଇ ସମ୍ବଲପୁର ଡିଏଫଓଙ୍କ ପ୍ରେସମିଟ୍

ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାକ୍ରମ ବର୍ଣ୍ଣନା କରିଛନ୍ତି ଡିଏଫଓ । ବିଶେଷଜ୍ଞଙ୍କ ଅନୁମତି ଓ ନିର୍ଦ୍ଦେଶ ଅନୁସାରେ କାମ କରାଯାଇଛି । ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମେ ପାଣିରେ ଚିକିତ୍ସା କରାଯାଇଛି ।

ସମ୍ୱଲପୁର: ହାତୀ ମୃତ୍ୟୁକୁ ନେଇ ସମ୍ବଲପୁର ଡିଏଫଓଙ୍କ ପ୍ରେସମିଟ୍ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାକ୍ରମ ବର୍ଣ୍ଣନା କରିଛନ୍ତି ଡିଏଫଓ । ବିଶେଷଜ୍ଞଙ୍କ ଅନୁମତି ଓ ନିର୍ଦ୍ଦେଶ ଅନୁସାରେ କାମ କରାଯାଇଛି । ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମେ ପାଣିରେ ଚିକିତ୍ସା କରାଯାଇଛି ।

ଏହା ପରେ ୨୧ ତାରିଖ ଦିନ ହାଇଡ୍ରା ଓ ଜେସିବି ଦ୍ୱାରା ବାହାରକୁ ଅଣାଯାଇଛି । ତେବେ ହାତୀ ଶରୀରରେ ୪ ଇଞ୍ଚର ଲମ୍ବା, ୨.୫ ଇଞ୍ଚ ଗୋଲେଇର ବୁଲେଟ ଥିଲା । ମାମଲା ରୁଜୁ କରାଯାଇ ୨ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଜଣ ଫେରାର ରହିଥିବା ସେ କହିଛନ୍ତି ।

ଅଟକ ବ୍ୟକ୍ତିଙ୍କ ପାଖରୁ ମାରଣାସ୍ତ୍ର, ଛୁରୀ, ଦେଶୀ ବନ୍ଧୁକ ଜବତ କରାଯାଇଛି । ରୋଲ୍ ସିଜ୍ ଆର୍ମ ଆକ୍ଟ,, ଓ୍ବାଇଲ୍ଡ ଲାଇଫ ଆକ୍ଟ,, ଇନଫରମେସନ ଆକ୍ଟରେ ମାମଲା ରୁଜୁ କରାଯାଇଛି । କେନ୍ଦ୍ରାପାଟ ସଂରକ୍ଷିତ ଜଙ୍ଗଲରେ ଗଛ ଉପରୁ ଗୁଳି କରାଯାଇଥିବା ଡିଏଫ୍‌ଓ କହିଛନ୍ତି ।