ଗିରଫ ହେଲେ ଶିଶୁଙ୍କୁ କଫ୍ ସିରପ ପ୍ରେସ୍କ୍ରାଇବ କରିଥିବା ଡାକ୍ତର

ଏହି ରାଜ୍ୟରେ କଫ୍ ସିରପ ବ୍ୟାନ

ମଧ୍ୟପ୍ରଦେଶ, ୫/୧୦: ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ପରେ, ଶନିବାର ରାତିରେ ଡାକ୍ତର ପ୍ରବୀଣ ସୋନିଙ୍କୁ ଗିରଫ କରାଯାଇଛି, ଯିଏ ଶିଶୁଙ୍କୁ ଏହି କଫ ସିରପ ପ୍ରେସ୍କ୍ରାଇବ।

ଆଜି ସକାଳେ ପୋଲିସ ଡାକ୍ତର ସୋନି ଏବଂ କୋଲଡ୍ରିଫ୍ ସିରପ୍ ନିର୍ମାତା ସ୍ରେସୁନ୍ ଫାର୍ମାସ୍ୟୁଟିକାଲର ପରିଚାଳକଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଛି।

ପରସିଆ କମ୍ୟୁନିଟି ହେଲ୍ଥ ସେଣ୍ଟରର ବ୍ଲକ ମେଡିକାଲ୍ ଅଫିସର ଅଙ୍କିତ ସହଲାମଙ୍କ ଅଭିଯୋଗ ଆଧାରରେ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟର ଧାରା 27(A) ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା 105 ଏବଂ 276 ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ଡକ୍ଟର ସୋନି ଅଧିକାଂଶ ପିଲାଙ୍କୁ କୋଲଡ୍ରିଫ୍ କଫ୍ ସିରପ୍ ଲେଖିଥିଲେ।

ଶୁକ୍ରବାର ପ୍ରକାଶିତ ଏକ ପରୀକ୍ଷାଗାର ରିପୋର୍ଟରୁ ଜଣାପଡିଛି ଯେ ସିରପ୍‌ରେ 48.6% ଡାଏଥିଲିନ୍ ଗ୍ଲାଇକଲ୍ (DEG) ରହିଛି, ଯାହା ଏକ ବିଷାକ୍ତ ରାସାୟନିକ ପଦାର୍ଥ ଯାହା କିଡନୀ ଫେଲ୍ ହେବା ସହ ଏହା ଖାଇବା ଦ୍ୱାରା ମୃତ୍ୟୁ ହୋଇପାରେ।

ସୂଚନାଯୋଗ୍ୟ, ଛିନ୍ଦୱାଡ଼ାରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ମଧ୍ୟପ୍ରଦେଶ ସରକାର ଶନିବାର କୋଲଡ୍ରିଫ୍ କଫ୍ ସିରପ୍ ବିକ୍ରୟ ଏବଂ ବଣ୍ଟନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥିସହ ଏହି ଔଷଧ କେରଳ ଓ ତାମିଲନାଡୁରେ ମଧ୍ୟ ବ୍ୟାନ କରାଯାଇଛି।