ନୂଆଦିଲ୍ଲୀ, ୦୭/୧୦: ୨୦୨୫ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକୀୟ ବୈଜ୍ଞାନିକ ଜନ୍ କ୍ଲାର୍କ, ମିଶେଲ ଦେଭୋରେଟ ଏବଂ ଜନ ମାର୍ଟିନିସ ନୋବେଲ ପୁରସ୍କାର ଜିତିଛନ୍ତି। “ବୈଦ୍ୟୁତିକ ସର୍କିଟରେ ମାକ୍ରୋସ୍କୋପିକ କ୍ୱାଣ୍ଟମ ମେକାନିକାଲ ଟନେଲିଂ ଏବଂ ଶକ୍ତି କ୍ୱାଣ୍ଟାଇଜେସନ୍ର ଆବିଷ୍କାର” ପାଇଁ ସେମାନଙ୍କୁ ନୋବେଲ ମିଳିବ। ରୟାଲ ସ୍ୱେଡିସ୍ ଏକାଡେମୀ ଅଫ୍ ସାଇନ୍ସ ଦ୍ୱାରା ପ୍ରଦାନ କରାଯାଏ ଏହି ପୁରସ୍କାର। ପୁରସ୍କାର ବାବଦକୁ ୧.୨ ନିୟୁତ ଡଲାର (୧୧ ନିୟୁତ ସ୍ୱେଡିସ୍ କ୍ରୋନ୍) ମୂଲ୍ୟର ଅର୍ଥ ରାଶି ବିଜେତାମାନଙ୍କ ମଧ୍ୟରେ ବଣ୍ଟନ କରାଯିବ।
Prev Post