ନୂଆଦିଲ୍ଲୀ, ୧୩/୧୦: ୨୦୨୫ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜୋଏଲ୍ ମୋକିର, ଫିଲିପ୍ ଆଘିଅନ୍ ଏବଂ ପିଟର ହୋୱିଟଙ୍କୁ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି।
ନବସୃଜନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ସେମାନଙ୍କର ଯୁଗାନ୍ତକାରୀ କାର୍ଯ୍ୟ ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଖ୍ୟା ପାଇଁ ଜୋଏଲ ମୋକିରଙ୍କୁ ନୋବେଲ୍ ମିଳିଥିବା ବେଳେ ସୃଜନଶୀଳତାରେ ନିରନ୍ତର ଅଭିବୃଦ୍ଧିର ତତ୍ତ୍ୱ ପାଇଁ ଫିଲିପ, ପିଟରଙ୍କୁ ନୋବେଲ୍ ମିଳିଛି।
ରୟାଲ୍ ସ୍ୱେଡିସ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ଯାହା ଚଳିତ ବର୍ଷର ନୋବେଲ୍ ପୁରସ୍କାର ପାଇଁ ଶେଷ ଘୋଷଣା ହୋଇଛି।
ନୋବେଲ ପୁରସ୍କାର ଆରମ୍ଭ ହେବା ପରଠାରୁ, ଏହି ଅର୍ଥନୀତି ପୁରସ୍କାର ୯୬ ଜଣ ବିଜେତାଙ୍କୁ ୫୬ ଥର ପ୍ରଦାନ କରାଯାଇଛି। ୨୦୨୪ରେ, କିଛି ଦେଶ ଧନୀ ଏବଂ ଅନ୍ୟମାନେ ଗରିବ କାହିଁକି ରୁହନ୍ତି ସେ ବିଷୟରେ ଗବେଷଣା ପାଇଁ ଡାରନ୍ ଆସେମୋଗ୍ଲୁ, ସାଇମନ ଜନସନ୍ ଏବଂ ଜେମ୍ସ ଏ. ରବିନସନ୍ ଙ୍କୁ ଏହି ପୁରସ୍କାର ଦିଆଯାଇଥିଲା।