ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନିରଞ୍ଜନ ବିଶି

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ନିରଞ୍ଜନ ବିଶି ଶପଥ ନେଲେ । ତାଙ୍କୁ ଶପଥପାଠ କରାଇଲେ ରାଜ୍ୟସଭା ଚେୟାରମ୍ୟାନ । ରାଜ୍ୟସଭା ଚାମ୍ବରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା। ରାଜ୍ୟସଭା ଉପନିର୍ବାଚନରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ ବିଶି।

ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ହୋଇଥିବା ରାଜ୍ୟସଭା ଆସନର ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ଭାବେ ନିରଞ୍ଜନ ନାମାଙ୍କନପତ୍ର ଦାଖଲ କରିଥିଲେ।

ତେବେ ବଲାଙ୍ଗିରର ଏହି ଆଦିବାସୀ ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭିଙ୍କୁ ଚକିତ କରିଥିଲେ। ନିରଞ୍ଜନଙ୍କ ପୂର୍ବରୁ ବିଜେଡି ନେତା ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି ।