ଆସାମରେ ଭୟଙ୍କର ରୂପ ଧାରଣ କରିଛି ବନ୍ୟା, ଗଲାଣି ୧୦୮ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଆସାମରେ ବନ୍ୟା ଭୟଙ୍କର ରୂପ ଧାରଣ କରିଛି। ଏବେ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆକାଶମାର୍ଗରୁ ବନ୍ୟାପ୍ଲାବିତ ଅଞ୍ଚଳ ବୁଲି ଦେଖିଛନ୍ତି ।

ତେବେ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ରିପୋର୍ଟ ଅନୁସାରେ, ରାଜ୍ୟରେ ବନ୍ୟା ପ୍ରଭାବିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବନ୍ୟା ପାଇଁ ୩୦ ଜିଲ୍ଲାରେ ୪୫.୩୪ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ବୁଧବାର ଏହି ସଂଖ୍ୟା ୫୪.୫ ଲକ୍ଷ ଥିଲା ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କେନ୍ଦ୍ର ସରକାର ଆସାମ ସ୍ଥିତି ଉପରେ ଲଗାତର ନଜର ରଖିଛନ୍ତି । ସମସ୍ତ ପ୍ରାକର ଚ୍ୟାଲେଞ୍ଜର ମୁକାବିଲା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ସେନା ଓ ଏନଡିଆରଏଫ୍ ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଅଛନ୍ତି । ବାୟୁସେନା ମଧ୍ୟ ଉଦ୍ଧାରକାର୍ଯ୍ୟରେ ଲାଗିଛି ।