ନୂଆଦିଲ୍ଲୀ, ୨୭/୧୦: ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ଶ୍ରେୟସ ଆୟର ଅସୁସ୍ଥ। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚ୍ ସମୟରେ ତାଙ୍କ ବାମ ପଟ ଛାତିର ପିଞ୍ଜରାରେ ଆଘାତ ଲାଗିବା ଯୋଗୁଁ ଇଣ୍ଟରନାଲ ବ୍ଲିଡିଂ ହୋଇଥିଲା। ଯାହା ପରେ ତାଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ସେ ICUରେ ଚିକିତ୍ସିତ ହେଉଛନ୍ତି।
ଆଲେକ୍ସ କ୍ୟାରିଙ୍କୁ ଆଉଟ୍ କରିବା ପାଇଁ ପଛପଟ ପଏଣ୍ଟରୁ ପଛକୁ ଦୌଡ଼ି ଏକ ଚମତ୍କାର କ୍ୟାଚ୍ ନେଇଥିବା ଆୟରଙ୍କ ବାମ ଛାତି ପିଞ୍ଜରାରେ ଆଘାତ ଲାଗିଥିଲା ଏବଂ ଶନିବାର ଡ୍ରେସିଂ ରୁମକୁ ଫେରିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଥିଲା। ଶ୍ରେୟସ ଗତ କିଛି ଦିନ ଧରି ଆଇସିୟୁରେ ରହିବେ।
ତାଙ୍କର ଶାରିରୀକ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଆସିବା ପରେ ଜଣା ପଡ଼ିଥିଲା ଯେ, ତାଙ୍କର ଇଣ୍ଟରନାଲ ବ୍ଲିଡିଂ ପ୍ରବଳ ହୋଇଛି। ରକ୍ତସ୍ରାବ ଯୋଗୁଁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସାତ ଦିନ ପର୍ଯ୍ୟନ୍ତ ଅବଜରଭେସନରେ ରହିବେ।