ସୁବର୍ଣ୍ଣପୁର, ୦୧/୧୧: ସୁବର୍ଣ୍ଣପୁରର ବୀରମହାରାଜପୁର ଥାନା ଅନ୍ତର୍ଗତ ଧର୍ମଶାଳା ଅଞ୍ଚଳରେ ଥିବା ଟାଟା ମୋଟର୍ସରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ତିନି ଜଣ ଯୁବକ ଅସଦାଚରଣ କରିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣକ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ମହିଳା ଜଣକ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଆଇଟିଆଇ ନିକଟରେ ମୁଖା ପିନ୍ଧିଥିବା ତିନି ଜଣ ଯୁବକ ତାଙ୍କୁ ଅସଦାଚରଣ କରିଥିଲେ। ଏହା ପରେ ତାଙ୍କ ମୁହଁରେ କିଛି ସ୍ପ୍ରେ କରି ବେହୋସ୍ କରି ଦେଇଥିଲେ। ଏହା ପରେ ଗଣଦୁଷ୍କର୍ମ କରିଥିଲେ ବୋଲି ପୀଡିତା ଥାନାରେ ଅଭିଯୋଗ କରିଛନ୍ତି।
ଯଦିଓ ସେ ଅପରାଧୀଙ୍କୁ ଚିହ୍ନଟ କରିପାରି ନାହାଁନ୍ତି। ବୀରମହାରାଜପୁର ଉପ-ବିଭାଗୀୟ ପୋଲିସ ଅଧିକାରୀ (SDPO) ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି।