ଚମ୍ପୁଆ ୭।୧୧(ଦର୍ଶନ ନିୟୁଜ): ଚମ୍ପୁଆ ଏନଏସି ଅନ୍ତର୍ଗତ ଏକ ନମ୍ବର ୱ।ର୍ଡ ଗୋଧୂଳି ଗ୍ରାମରେ ୪ନାବାଳକଙ୍କ ଉପରେ ସତେ ଯେପରି ଆକାଶ ଛିଡି ପଡିଥିବା ଜଣା ପଡିଛି। ଗୋଧୂଳି ଗ୍ରାମର ପଟେଲ ନାଏକଙ୍କ ସ୍ତ୍ରୀ ଗତ ପ୍ରାୟ ୩ ବର୍ଷ ତଳୁ ନିଖୋଜ ହୋଇଥିଲେ । ତାଙ୍କର ୨ ପୁଅ ୨ଝିଅ ମଧ୍ୟରୁ ୨ଝିଅ ଭିନ୍ନକ୍ଷମ । ବଡ ପୁଅ ଆକାଶ ଘରର ପରିସ୍ଥିତିକୁ ନେଇ ଗତ ବର୍ଷ ଠାରୁ ପାଠପଢ଼ା ଛାଡ଼ି ଅନ୍ୟ ଘରେ ମୂଲ ମଜୁରୀ ଲାଗୁଥିବା ବେଳେ ଝିଅ ଲିତୁ ଓ ମିକି ଜନ୍ମରୁ ଭିନ୍ନକ୍ଷମ ଜଣଙ୍କର ଦୁଇ ହାତ ଅର୍କମଣ୍ୟ ଥିବା ବେଳେ ଲିତୁଙ୍କ କାନକୁ ଭଲ ଶୁଭେ ନାହିଁ। ସାନ ପୁଅ ବିଷ୍ଣୁକୁ ମାତ୍ର ୬ ବର୍ଷ ବୟସ ହୋଇଛି।ଏବେ ଏମାନଙ୍କ ପାଖରୁ ଲିଭିଯାଇଛି ମା ବାପାଙ୍କ ଆଶ୍ରା। ଆଗକୁ କିପରି ଚଳିବେ କଣ କରିବେ ଏହାକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡୁଥିବା ବେଳେ ସାନ ଝିଅ ମିକି ଓ ସାନ ପୁଅ ଉଭୟ ୨ୟ ଶ୍ରେଣୀରେ ପାଠ ପଢୁଛନ୍ତି। ତେବେ ଅନାଥ ହୋଇପଡିଥିବା ଏହି ତିନି ଭାଇ ଭଉଣୀ ଆଗକୁ ପାଠପଢିବେ ନା ବଡ ଭାଇ ସହିତ ମିଶି ମୂଲ ମଜୁରୀ ଲାଗିବେ ତାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ତେବେ ଗ୍ରାମବାସୀ ଏମାନଙ୍କ ଥଇଥାନ ପାଇଁ ପ୍ରଶାସନ ଦୃଷ୍ଟି ଦେଲେ ହୁଏତ ୪ ନାବାଳକଙ୍କ ଭବିଷ୍ୟତ ଉଜ୍ଜଳ ହୋଇପାରନ୍ତା ବୋଲି ଆଶା ବ୍ୟକ୍ତ କରିଥିବାବେଳେ ଏନେଇ ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ଏଥିପ୍ରତି ଦୃଷ୍ଟିଦେଇ ଚାରି ଅନାଥ ନାବାଳକ ପିଲାଙ୍କ ଥଇ ଥାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କହିଥିବା ଜଣାପଡ଼ିଛି।
Next Post