ଦିଲ୍ଲୀ ବିସ୍ଫୋରଣ: ବଢ଼ୁଛି ମୃତାହତଙ୍କ ସଂଖ୍ୟା

NIAକୁ ହସ୍ତାନ୍ତର ତଦନ୍ତ ଭାର

ନୂଆଦିଲ୍ଲୀ, ୧୧/୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ କାରରେ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଏବଂ ୨୯ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଗୃହମନ୍ତ୍ରୀ ଅମିତ ଶାହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେ ଏଲଏନଜେପି ହସ୍ପିଟାଲରେ ଆହତମାନଙ୍କୁ ମଧ୍ୟ ଭେଟିଥିଲେ। ଦିଲ୍ଲୀ ପୋଲିସ, ଏସଏଫଏଲ ଦଳ, ଏନଆଇଏ ଏବଂ ଏନଏସଜି ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ହରିଆଣା ନମ୍ବର ଥିବା ଏକ ଆଇ-୨୦ କାରରେ ବିସ୍ଫୋରଣ ଘଟିଥିଲା। ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ କରିଥିଲେ।

ଏହି ବିସ୍ଫୋରଣ ମାମଲାର ତଦନ୍ତ ଭାର NIAକୁ ହସ୍ତାନ୍ତର କରିଛି ଗୃହ ମନ୍ତ୍ରଣାଳୟ। ପୂର୍ବରୁ, ଏହି ମାମଲାର ତଦନ୍ତ ଦିଲ୍ଲୀ ପୋଲିସ ଏବଂ ସ୍ପେଶାଲ ସେଲ୍ ଦ୍ୱାରା କରାଯାଉଥିଲା।