ପରଜଙ୍ଗ, ୧୬/୧୧: ଢେଙ୍କାନାଳ ଜିଲା ପରଜଙ୍ଗ ଅବକାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରେ ଅବାଧରେ ଚାଳିଛି ଦେଶୀମଦ ରନ୍ଧା କାରଖାନା। କିନ୍ତୁ ଘଞ୍ଚ ଜଙ୍ଗଲ ପରିବର୍ତ୍ତେ ଏଥର ବ୍ରାହ୍ମଣୀ ନଦୀ କୂଳରେ ଖୋଲା ଆକାଶ ତଳେ ଚାଲିଛି ଦେଶୀ ମଦ ରନ୍ଧା।ସତେ ଯେପରି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛି ଅବକାରୀ ଓ ପୁଲିସ ବିଭାଗ। ଦୈନନ୍ଦିନ ଆମ୍ବପଳାଶ ଗ୍ରାମ ପାଖାପାଖି ଜଙ୍ଗଲରେ ଦେଶୀ ମଦ ରନ୍ଧା ଯାଇ ବିଭିନ୍ନ ସ୍ଥାନକୁ ଚାଲଣ ହେଉଥିବା ବେଳେ କିଛି କିଛି ସମୟରେ ଅବକାରୀ ବିଭାଗ ପକ୍ଷରୁ ସୂଚନା ପାଇ ଚଢ଼ାଉ କରି ଗାଡି, ମଦ ରନ୍ଧା ସ୍ଥାନରେ ଚଢ଼ାଉ କରି ମଦ ଭାଟି ମାନଙ୍କୁ ନଷ୍ଟ କରିବା ସହ ଚାଲାଣ ଗାଡି ଜବତ କରୁଥିବା ବେଳେ ମାଫିଆ ମାନଙ୍କୁ ଧରିବାରେ ବିଫଳ ହୋଇଛନ୍ତି। ବର୍ତ୍ତମାନ ଚୋରା ମଦ ମାଫିଆ ମାନେ କୁଲେଇ, ବସୁଲେଈ ଗ୍ରାମ ଅବବାହିକା ବ୍ରାହ୍ମଣୀ ନଦୀ କୂଳ, ଦୁମୁହାଁଣି ଗ୍ରାମ ଗମ୍ଭାରୀଆ ନାଳ କୂଳ, ଶୁଣ୍ଢିତୈଲି ଜଙ୍ଗଲକୁ ନିଜକୁ ସୁରକ୍ଷିତ ମନେ କରି ଅବାଧରେ ଦେଶୀ ମଦ ରାନ୍ଧି ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିବା ବେଳେ ସେମାନଙ୍କ ଟେର ପାଉନି ଅବକାରୀ ଓ ପୁଲିସ ବୋଲି ଚର୍ଚ୍ଚା ହେଉଛି। ପରଜଙ୍ଗ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ଚୋରା ଦେଶୀ ମଦ ପ୍ରସ୍ତୁତକାରୀଙ୍କୁ ଗିରଫ କରିବା ସହ ବନ୍ଦ କରିବାକୁ ଦାବି ଜୋର ଧରିଛି। ଏ ସଂକ୍ରାନ୍ତରେ ପରଜଙ୍ଗ ଅବକାରୀ ଅଧିକାରିଣୀ କୁହନ୍ତି ପୂର୍ବରୁ ଉକ୍ତ ଅଞ୍ଚଳରେ ଚଢ଼ାଉ ହୋଇଛି। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ସେମାନେ ଫେରାର ମାରିଛନ୍ତି।
Prev Post