ଚେନ୍ନାଇ, ୧୭/୧୧: ରବିବାର ରାତିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ଅଭିନେତା ଅଜିତ କୁମାର, ଅରବିନ୍ଦ ସ୍ୱାମୀ ଏବଂ ଖୁସବୁଙ୍କ ବାସଭବନକୁ ବୋମା ମାଡ଼ ଧମକ ଦିଆଯାଇଛି।
ଧମକପୂର୍ଣ୍ଣ ଇମେଲ୍ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା, ଯାହା ଫଳରେ ସେମାନଙ୍କ ଘର ନିକଟରେ ତୁରନ୍ତ ସୁରକ୍ଷା ଯାଞ୍ଚ କରାଯାଇଥିଲା।
ଗତ ସପ୍ତାହରେ, ଚେନ୍ନାଇର ଇଞ୍ଜାମବକ୍କମରେ ଥିବା ଅଜିତ କୁମାରଙ୍କ ବାସଭବନକୁ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ବୋମା ଧମକ ମିଳିଥିବା ଅଭିଯୋଗ ହୋଇଥିଲା। ତୁରନ୍ତ ତାଙ୍କ ଘର ଓ ଆଖପାଖ ଅଞ୍ଚଳରେ ସମ୍ପୂର୍ଣ୍ଣ ତଲାସ କରାଯାଇଥିଲା। କିନ୍ତୁ ଯାଞ୍ଚ ସମୟରେ କୌଣସି ବିସ୍ଫୋରକ ମିଳିନଥିଲା ଏବଂ ଏହା ମିଥ୍ୟା ଧମକ ବୋଲି କୁହାଯାଇଥିଲା।